ଶିଶୁ ଦିବସ – ପ୍ରଜ୍ଞା ନାୟକ
1 min readଆସ ହେ ଚାଚା,
ଦେଖିଯାଅ ତୁମ ନବଭାରତ ସ୍ଵପ୍ନରେ କିପରି,
ନୂଆ ଅସ୍ଥିରତା ..
ଶିଶୁ ଦିବସ ପାଳନସ୍ରୋତେ ଆତଙ୍କିତ,
ଶିଶୁ ନିଃସଙ୍ଗତା ..
ତାର ଗୋଲାପି ଓଠର ଅମୃତ ହସର…
ଅମୃତ ସୂତାରେ ନୂଆ ବର୍ବରତା…
ହୋଟେଲ ବାସନ ଅଜସ୍ର ଅଇଁଠା ରେ ହେଉ,
ବା ଜରି ଗୋଟାରେ ଅବା ଯୌନ ଉତ୍ପୀଡନେ,
ମା ବାପାଙ୍କ ଇଚ୍ଛା ବୋଝ ତଳେ,
ଗୁମୁରି ଗୁମୁରି କାନ୍ଦେ ତା କୋମଳତା।।
ଆସି ଖୋଜି ବାହାର କରେହେ,
ବାଳା ଶ୍ରମେ, ବାଲ୍ୟବିବାହରେ,
ଅଶିକ୍ଷିତ ଶିକ୍ଷିତମନେ,
ତୁମ ପରି ମହାପୁରୁଷଙ୍କ ନିର୍ଲିପ୍ତ ମାନବତା।।
*******
ପ୍ରଜ୍ଞା ନାୟକ
ଭୁବନେଶ୍ୱର
ଖୋର୍ଦ୍ଧା