Sahitya Jibana

Portal on odia literature

ଝିଅ – ବାଲାଜି ସେଠୀ

1 min read

ଗେଲ୍ହା ଝିଅ ମୋ ଫୁଲେଇ ରାଣୀ
ଋଷିବୁ ନାହିଁ ଜମା
ନଥାଉ ମୋର ରାଇଜ ଶିରି
ତୁ ମୋର ରାଜଜେମା  ।
ତୋ ଟିକି ପାଦ ଛାତିରେ ମୋର
ଚନ୍ଦନ ବାସ ଭରେ
ମହୁ ଠୁ ବେଶି ମହୁଆ କଥା
ଓଠରୁ ତୋର ଝରେ  ।
ଘରଟି ଲାଗେ ସରଗ ପୁର
ଥିଲେ ତୁ ଖୁସି ଖୁସି
ଟିକି ଫୁଲ ତୋ ଅମୂଲ ମୂଲ
ଦେଉ ତୁ ଯେବେ ହସି  ।।

ବାଲାଜି ସେଠୀ
ଚିତ୍ରକୋଣ୍ଡା, ମାଲକାନଗିରି
ଇ-ମେଲ୍ ଠିକଣା:- sethibalaji400@gmail.com

Copyright © Sahitya Jibana | Newsphere by AF themes.
Open chat
Hello
How can you help we?