Sahitya Jibana

Portal on odia literature

ଶିଶୁ ଦିବସ – ଚିତ୍ତରଞ୍ଜନ ଦାସ

1 min read

ବିଶ୍ୱ    ଯୁଦ୍ଧ  ପରେ  ମୃତ   ଶିଶୁଙ୍କର
ଜୋତା ହୋଇଥିଲା ଗଦା
ନେହେରୁ ଦେଖିଲେ ବିସ୍ମିତହୋଇଲେ
ଆଖି ତାଙ୍କ  ହେଲା ଓଦା
ନିରୀହ      ଶିଶୁଙ୍କ  ଅକାଳ ମରଣେ
ମ୍ରିୟମାଣ    ହୋଇଥିଲେ
ଶିଶୁଙ୍କ ପାଇଁ  ସେ  ଦୁଃଖେ ଭାଙ୍ଗିପଡି
ବହୁ     କଥା  ଭାବିଥିଲେ
ଶିଶୁଙ୍କୁ     ଆଦର   ଶ୍ରଦ୍ଧା  କରୁଥିଲେ
ଶିଶୁ     କଥା   କହୁଥିଲେ
ଦେଶର  ଭବିଷ୍ୟ  ଶିଶୁମାନେ ବୋଲି
ଏ   କଥାବି    ଜାଣିଥିଲେ
ଆନ୍ତର୍ଜାତିକ            ଶିଶୁ   ଦିବସକୁ
କେତେ  ଦେଶ ପାଳୁଥିଲା
ଶିଶୁ       ଦିବସକୁ  ଜାତିସଂଘ   ପୁଣି
ସ୍ୱୀକୃତି     ପ୍ରଦାନ   କଲା
ପ୍ରିୟ   ନେତା ଥିଲେ ପଣ୍ଡିତ ନେହେରୁ
ଦେଶର    ବିକାଶ   ପାଇଁ
ବହୁ    ପଦକ୍ଷେପ  ନେଇଥିଲେ  ସିଏ
ଦେଶବାସୀ  ସଙ୍ଗେ  ଥାଇ
ତାଙ୍କରି    ଜନମ   ଦିନକୁ   ପାଳିଲେ
ନଭେମ୍ବର       ଚଉଦରେ
ଶିଶୁଙ୍କ     ପାଇଁକି   ଉତ୍ସର୍ଗ  କରିଲେ
ସ୍ମରି    ଶିଶୁ    ଦିବସରେ
ଘରେ  ଘରେ ଶିଶୁ  ସ୍ନେହର  ପ୍ରତୀକ
ପ୍ରୀତିର      କଳିକା ଟିଏ
ସେହି  ଶିଶୁ  ହେବ  ଦେଶର  ନାୟକ
ଦେଶକୁ   ଗଢ଼ିବ    ସିଏ
ଶିଶୁର    ଜତନ  ଶିକ୍ଷା  ସ୍ୱାସ୍ଥ୍ୟ  ପ୍ରତି
ସର୍ବେ  ସଚେତନ ହୋଇ
ଶିଶୁ      ଅଧିକାର  ପ୍ରଦାନ    କରିବା
ଶିଶୁଙ୍କୁ   ସୁରକ୍ଷା   ଦେଇ ।

ଚିତ୍ତରଞ୍ଜନ ଦାସ , ବୁଗୁଡ଼ା, ଗଞ୍ଜାମ
ଯୋଗାଯୋଗ:- ୭୦୦୮୯୭୨୨୬୭

Copyright © Sahitya Jibana | Newsphere by AF themes.
Open chat
Hello
How can you help we?