ଶିଶୁ ଆମେ ଭବିଷ୍ୟ ଭାରତର – ରଞ୍ଜନ ନାଏକ
1 min readଶିଶୁ ଆମେ……. ଭବିଷ୍ୟ ଭାରତର
ତାରା…. ନୂତନ ଶତାବ୍ଦୀ ର ।।
ଆମ କୁନି ହାତେ ଗଢିବୁ ଭାରତ
ବିଜ୍ଞାନର ସାଥେ ନୂଆଁ ଅମାରତ,
ବାନ୍ଧି ପ୍ରତିହୃଦେ ଭାତୃତ୍ବର ଡୋର
ଲକ୍ଷ୍ଯକୁ ଆମର କରିବୁ ସାକାର,
ଶିଶୁ ଆମେ……. ଭବିଷ୍ୟ ଭାରତର
ତାରା…. ନୂତନ ଶତାବ୍ଦୀ ର ।।
ଛୋଟ ଆଖି ଆମ ସପନ ବଡ
ବିଶ୍ବାସ ଆମ ଅଟଳ ଅତୁଡ,
ଟିକି ଟିକି ନଇ କୁଳୁକୁଳୁ ବହି
ମିଶିବୁ ଯାଇ ଅଥଳ ସାଗର,
ଶିଶୁ ଆମେ……. ଭବିଷ୍ୟ ଭାରତର
ତାରା…. ନୂତନ ଶତାବ୍ଦୀ ର ।।
ଆମ ଖିଲି ଖିଲି ହସେ ହସେଇବୁ ଧରା
ଫୁଟେଇବୁ ପାରିଜାତ ଦୁନିଆଁ ଟା ସାରା,
ଶରୀର ଅଲଗା ହେଲେ ଭାବ ଆମ ଏକ
ଗଢିବୁ ଏ ଧରାରେ ଆମେ ଶାନ୍ତିର ସ୍ବର୍ଗ,
ଶିଶୁ ଆମେ …… ଭବିଷ୍ୟ ଭାରତର
ତାରା…. ନୂତନ ଶତାବ୍ଦୀ ର ।।
କୁନି କୁନି ପାଦେ ଆମେ ଲଙ୍ଘିବୁ ଗିରି
ଉଡିବୁ ଆକାଶର ବୁକୁକୁ ଚିରି,
ଖୋଜି ଆଣିବୁ ରେ ଆମେ ମର୍କତ ମଣି
ଭାରତ ମାତାର ଆମେ ଶିରୋମଣି ,
ଶିଶୁ ଆମେ …… ଭବିଷ୍ୟ ଭାରତର
ତାରା…. ନୂତନ ଶତାବ୍ଦୀ ର ।।
ରଞ୍ଜନ ନାଏକ
ଜଗନ୍ନାଥ ପ୍ରସାଦ,ନାକଟିଦେଉଳ,
ରେଢ଼ାଖୋଲ,ସମ୍ବଲପୁର