ଶିଶୁ ଦିବସ – ସୁଷମା ମଞ୍ଜରୀ ଦାଶ
1 min readଚାଚା ନେହେରୁଙ୍କ ଜନମ ଦିନ ଶିଶୁ ଦିବସ ଆଜି
ତାଙ୍କ ସପନକୁ ପୂରା କରିବା ଟିକି ସୈନିକ ସାଜି ।।
ସଭିଏଁ ଆମେ ଭଉଣୀ ଭାଇ ହୋଇବା ଆସ ସାଙ୍ଗ
ଖୁସି ମନରେ ଗାଇବା ଗୀତ ନ ରଖି ମନେ ରାଗ ।।
ହସି ହସିକା ଖେଳିବା ଖେଳ ସଭିଏଁ ଖୁସି ହୋଇ
କାହାରି ମନେ ଦେବାନି ଦୁଃଖ ଆମେ ଭଉଣୀ ଭାଇ ।।
ହସିଲେ ଆମେ ଦୁନିଆଁ ହସେ ହସି ଉଠଇ ଧରା
କେତେ ଖୁସି ରେ ଲତା ଗହଳୁ ହସଇ ଫୁଲ ପରା ।।
ହସିଲେ ଆମେ ହୁଅନ୍ତି ଖୁସି ଆମରି ବାପା ମାଆ
ଦେଖନ୍ତି ସ୍ୱପ୍ନ ଆମ ଆଖିରେ ଆମେ ତାଙ୍କରି ନାଆ ।।
ଶିଶୁ କଳିକା ଆଜିରେ ଆମେ ହେବା କାଲି ପ୍ରସ୍ଫୁଟିତ
ସଦାଖୁସି ହୋଇରହିବା ଆମେରେ ନୁହେଁ ଆମେ ଅନାଦୃତ ।।
ସୁଷମା ମଞ୍ଜରୀ ଦାଶ
ଗ୍ରାମ – ଭେଡେନ ଜିଲ୍ଲା – ବରଗଡ଼ ( ଓଡ଼ିଶା )
ଇ-ମେଲ୍ ଠିକଣା:- sushamamanjaridash123@gamil.com