ହୀନା ମୁହିଁ – ଯୋଗେଶ୍ୱର ଗହୀର
1 min readମନେ ଆଶାବାନ୍ଧି ଝିଅଟିଏ ହେଇ
ଆସିଥିଲି ଏ ମରତେ ।
ପ୍ରଥମ ଦିନରୁ କର୍ଣ୍ଣରେ ଶୁଣିଲି
ହୀନା ବୋଲି ଏ ଜଗତେ ।
ଖୁସି ତ ନଥିଲେ ଝିଅଟିଏ ବୋଲି
ପୁଅଟେ କାହିଁ ନହେଲି ।
ସରଗ ଚାନ୍ଦକୁ ପୁଅ ହିଁ ଦିଅନ୍ତି
ପିତାମାତା ହାତେ ଥୋଇ ।
ନିଜ ଦୁଃଖ ନିଜ ବକ୍ଷରେ ଜାବୁଡ଼ି
ଟିକିଏ ବଡ଼ ମୁଁ ହେଲି ।
ଯୌନକାଙ୍ଗାଳଙ୍କ ଲୋଲୁପ ଦୃଷ୍ଟିରେ
ବାରମ୍ବାର ପେଶୀ ହେଲି ।
ମେଣ୍ଟାଇଲେ ନିଜ କାମ ବାସନାକୁ
ଦେଇ ଅସହ୍ୟ ଯନ୍ତ୍ରଣା ।
ପ୍ରାଣହାରି ଶେଷେ ବିଭୂଷିତା ହେଲି
ଗଣଦୁଷ୍କର୍ମ ରେ ଗଣା ।
ଭୁଲ୍ ଟା ଏତିକି ରହିଲା ମୋହର
ଝିଅଟିଏ ହେଇ ଆସି ।
ଦୁଃଖର ଭାର ରେ ପଦଚିହ୍ନ ମୋର
ମାଟିରେ ଯାଇଛି ମିଶି ।
ନାମ – ଯୋଗେଶ୍ୱର ଗହୀର , ଗ୍ରା /ପୋ – ସିର୍ଜାପାଲି
କେସିଙ୍ଗା, କଳାହାଣ୍ଡି