ଶିଶୁ ଦିବସ -ପୁଷ୍ପଲତା ସାହୁ
1 min readଆମେ ଟିକି କଳିକା
ଆମେ ଟିକି କଳିକା
ଏ ଦୁନିଆ ଆକାଶରେ
ଫୁଟି ଉଠୁ ଆମେ
ତାରା ଭଳି ଭଳିକା……
ଆମେ ଟିକି କଳିକା….. ||
ଆମେ ଆକାଶରେ ଉଡ଼ିବା
ଆମେ ସାଗରରେ ବୁଡିବା
ଜହ୍ନ ରାଇଜରେ ଯାଇ
ଘର ଆମେ ତୋଳିବା…….
ଆମେ ଟିକି କଳିକା….. ||
ଆମେ ବିଜ୍ଞାନ ଯୁଗର ପିଲାରେ
ଆଉ କେ ଆମ ପରି ଅଛିରେ
ଦେଶ ବିଦେଶର ଆମେ
ନାଁଆଁ ଆମେ ରଚିବା…..
ଆମେ ଟିକି କଳିକା….. ||
ଆମେ ଭଲ କଥା ଶୁଣିବା
ଆମେ ଭଲ କଥା ଦେଖିବା
ଭଲ କଥା କହି ଆମେ
ସବୁ ମନ ତୋଷିବା…….
ଆମେ ଟିକି କଳିକା……. ||
ଭଲ ପାଠ ଆମେ ପଢିବା
ଦେଶ ଆମେ ଗଢିବା
ଗାନ୍ଧୀ ଗୋପବନ୍ଧୁ ପରି
ଦେଶ ସେବା କରିବା…..
ଆମେ ଟିକି କଳିକା……. ||
ଧରଣୀ ବୁକୁରେ ଆମେ
ନାଚି ନାଚି ବୁଲିବୁ
ଶିଶୁ ଦିବସ ଆମେ ପାଳି
ଚାଚାଜୀ ଙ୍କୁ ସ୍ମରିବା…….
ଆମେ ଟିକି କଳିକା…….. ||
ପୁଷ୍ପଲତା ସାହୁ , ଶିକ୍ଷୟତ୍ରୀ
ଜଗତସିଂହପୁର