ଶିଶୁ ଦିବସ – ସୁରଥ କୁମାର ରାଉତ
1 min readଶିଶୁ ଦିବସରେ କରିବା ଶପଥ
ଶିଶୁର ଉନ୍ନତି ପାଇଁ
ଆଗାମୀ ଦିନର ସବୁଜ ସପନ
ସଫଳ କରିବା ପାଇଁ।
ଆଗାମୀ ଦିନର ନୂତନ ସଙ୍କେତ
ମନରେ ବଳ ଅସୀମ
ଶତ ସରଗର ଆଶିଷ ଝରାଇ
ଫୁଟାଇ ଦେବେ କୁସୁମ।
ଆଜିର ଶିଶୁ ଯେ କାଲି ଭବିଷ୍ଯତ
ଏକଥା ମନେ ରଖିବ
ସେଇ ଶିଶୁ ଦିନେ ବଡ ହେଲା ପରେ
ଜାତିର ଟେକ ରଖିବ।
ସୁରଥ କୁମାର ରାଉତ
ଠିକଣା:- ବନ୍ଧୁପୁର,ସମିତଙ୍ଗା,କଟକ
ଇ-ମେଲ୍ ଠିକଣା:- surathasir0123@gmail.com