Sahitya Jibana

Portal on odia literature

ଶିଶୁ ଦିବସ – ସମୀର କହଁର

1 min read

ସରଗ ଋତୁଟେ ଉଲ୍ଲାଇ ଆସିଛି
ନିରୀହ ମୁହଁଟେ ନେଇ,
ସରା ସଂସାରକୁ ହସାଇଛୁ ତୁହି
ହସ ତ ବାଣ୍ଠି ଦେଇ ।
ହାତ ବଢ଼େଇ ତୁ
ରଖିବୁର ମାନ,
ଆଗକୁ ବଢାଇବୁ ରେ ଧନ
ତୋ ଏହି ଜୀବନ ।
ହାତ ଧରି ଚଳାଇବି ମୁଁ
ତତେ ଦୁନିଆ ରାସ୍ତାରେ,
କେବେ ଝୁଣ୍ଟି  ପଡିବୁନି ବୁନି
ଏତେ ବଡ଼ ଜୀବନ ଯୁଦ୍ଧରେ।
ମଲ୍ଲି, ଯୁଇ, ଜାଇ ବସେ
ଯେ ପରୀ ଗୀରି କାନ୍ଧରେ,
ସେମିତି ହସିବୁ ତୁ
ଏ ଜଗତ ଆଗରେ ।
ଅଜଣା ପଥରେ କଣ୍ଟା ହେବୁନି
ହାତେ ହାତେ ମିଳାଇ ଚାଳିବୁ,
କମଳ ପାଦେ ଜତନ୍ ରଖିବୁ
ମିଠା କହି ସରଶ ଭାରିବୁ ।
ଆମ ଜୀବନ ମାନବତା ପୂର୍ଣ୍ଣ
ଭାଇ ବନ୍ଧୁ ଭଗିନୀ ଡାକିବୁ,
ପୁଣ୍ୟ ମାତୃ ଭୂମି ବାଜି ଆମର
ମାରିକବୁ ବିଜୟ ଆଣିବୁ।

                          ସମୀର କହଁର
                        ଗ୍ରାମ:- ବୁଡ଼ାକମ୍ବା
                     ପୋ/ଥା:- ଫିରିଙ୍ଗିଆ
                        ଜିଲ୍ଲା:- କନ୍ଧମାଳ

Copyright © Sahitya Jibana | Newsphere by AF themes.
Open chat
Hello
How can you help we?