Sahitya Jibana

Portal on odia literature

ଆମେ ତ ଭାଗ୍ୟବାନ୍ ଛୁଆରେ – ଶକୁନ୍ତଳା ପରିଡା

1 min read

ଆମେ ତ ଭାଗ୍ଯବାନ୍ ଛୁଆରେ
ଯାହାଙ୍କ ଜନ୍ମ ଏ ଭାରତ ମାଆର କୋଳରେ
ଯାହାର ,ଫୁଲ ,ଫଳ, ତଣ୍ଡୁଳ ଖାଇ
ରହିଛି ଆମ ପ୍ରାଣରେ
ଆମେ ତ ଭାଗ୍ଯବାନ୍ ଛୁଆରେ। ୧।
ଯେ ଦେଶେ ଜନ୍ମ ଗାନ୍ଧୀ, ଗୋପବନ୍ଧୁ, ଜବାହରଲାଲ ନେହେରୁ
ସେ ଦେଶର ଯୋଗ୍ୟ ସନ୍ତାନ ଆମେ
ଯେଉଁଠି ଜବାହରଲାଲ ନେହେରୁଙ୍କ ଭଳି ବୀରପରୁଷଙ୍କ
ଜନ୍ମ ଦିନ ପାଳନ ହୁଏ ଆମ ଭଳି ଶିଶୁଙ୍କ ନାମରେ
ଆମେ ତ ଭାଗ୍ଯବାନ୍ ଛୁଆରେ। ୨।
ଲାଲ ରଙ୍ଗର ଗୋଲାପ ଫୁଲ ଥିଲା
ଚାଚା ନେହୁରୁଙ୍କ ଅତି ପ୍ରିୟ
ସେହି ସୁକୋମଳ ଗୋଲାପ ଫୁଲ ପରି
ଆମେ ନିଷ୍ପାପ ଶିଶୁ ଥିଲୁ ଚାଚା ଙ୍କ ପ୍ରିୟରେ
ଆମେ ତ ଭାଗ୍ଯବାନ୍ ଛୁଆରେ।୩।
ଚାଚା ନେହୁରୁଙ୍କ ୧୩୧ ତମ ଜନ୍ମ ଦିବସେ
ଆମେ ନେଉଛୁ ଆଜି ଶପଥ
ତାଙ୍କ ପରି ବୀର ପୁରୁଷଙ୍କ ଭଳି
ରଖିବୁ ଏ ମାଟି ମାଆର ନାଆଁରେ
ଆମେ ତ ଭାଗ୍ଯବାନ୍ ଛୁଆରେ।୪।

ଶକୁନ୍ତଳା ପରିଡା
ଠିକଣା-ଗାରୋଇ(ଡାହାଣୀଖିଆ), ନାଉଗାଁ ,ଜଗତସିଂହପୁର, ୭୫୪୧୧୩

Copyright © Sahitya Jibana | Newsphere by AF themes.
Open chat
Hello
How can you help we?