ଶିଶୁ ଦିବସ – ସୌମ୍ୟାଶ୍ରୀ ନାୟକ
1 min readଦେଶର ଶିଶୁ ଆମେ ପ୍ରଗତିର ସୂତ୍ରଧାର,
କେବେବି ଅନିଷ୍ଟ ଚାହିଁବାନି କାହାର,
ଦୁର୍ନୀତି ଓ ଭ୍ରଷ୍ଟାଚାରର କରିବା ବିନାଶ,
ଦେଶପାଇଁ ବଞ୍ଚିବା ଥିବା ଯାଏଁ ନିଃଶ୍ଵାସ ।୧।
ଗଗନର ରବି ଭଳି ସଭିଙ୍କୁ କରିବା ଉଜ୍ଜ୍ଵଳିତ,
ପରିଶ୍ରମ ଶିଖାରେ ହେବା ଆଜି ପ୍ରଜ୍ଜ୍ଵଳିତ,
ସମ୍ମାନ ଦେବା ଆମ୍ଭ ସାହିତ୍ୟ ସଂସ୍କୃତିକୁ,
ଆପଣେଇବା ସବୁ ଜାତି ଓ ଧର୍ମକୁ।୨।
ଆଜିର ଶିଶୁ ଆମ୍ଭେ ପୁଣି କାଲିର ନାଗରିକ,
ଦେଶ ବିକାଶ ନୌକାରେ ସାଜିବା ନାବିକ,
ମନରେ ଭରିବା ସଭିଙ୍କର ସ୍ଵଦେଶ ବତ୍ସଳତା,
ଆଜିର ଶିଶୁ ଶିଖାଇବା ସଭିଙ୍କୁ ସମୟାନୁବର୍ତ୍ତିତା।୩।
ସୌମ୍ୟାଶ୍ରୀ ନାୟକ
(ପାପଡାହାଣ୍ଡି, ନବରଙ୍ଗପୁର)
ଇ-ମେଲ୍ ଠିକଣା:- somnayak1002@gmail.com