Sahitya Jibana

Portal on odia literature

ଶିଶୁ ଦିବସ – ଗଙ୍ଗୋତ୍ରୀ ପ୍ରିୟଦର୍ଶିନୀ

1 min read

ପ୍ରତି ବରଷ ତାରିଖ ଚଉଦ ନଭେମ୍ବର ମାସ
ଚାଚା ନେହେରୁଙ୍କ ଜନ୍ମ ଦିନଟି ଶିଶୁ ଦିବସ !!

ପ୍ରତ୍ୟେକ ଶିଶୁ ଆମ ଭାରତର ଭାଗ୍ୟ ଭବିଷ୍ୟ
ଶିକ୍ଷା ସଂସ୍କାର ସମ୍ପର୍ଣ୍ଣ ହୋଇ ରଖିବେ ଯଶ !!

ଶିଶୁ ବିକାଶ ରେ ଦେଶ ସମୃଦ୍ଧି ମନେ ରଖିବା
କୋମଳମତି ପ୍ରାଣ ଏ ଶିଶୁ ଯତ୍ନେ ଗଢ଼ିବା !!

ଶିଶୁ ସ୍ଥିତି ସୁରକ୍ଷା ପାଇଁ ଯେତେ ଯୋଜନା
ପ୍ରିୟ ଭାରତ ହୋଇଛି ସେପାଇଁ ବିଶ୍ୱରେ ଗଣା !!

ଶିଶୁ ତୁମେ ଆଶା ଅଭିଳାଷ ମାନବ ଜାତିର
ନୂଆ ଭାରତର ଶୈଶବ ସ୍ଵପ୍ନ କେତେ ସୁନ୍ଦର !!

ଗଙ୍ଗୋତ୍ରୀ ପ୍ରିୟଦର୍ଶିନୀ
ଉମରକୋଟ,ନବରଙ୍ଗପୁର
ଓଡ଼ିଶା
ଇ-ମେଲ୍ ଠିକଣା:- gangotri1580@gmail.com

Copyright © Sahitya Jibana | Newsphere by AF themes.
Open chat
Hello
How can you help we?