Sahitya Jibana

Portal on odia literature

ମୁଁ ଶିଶୁ – ନିବେଦିତା ମହାପାତ୍ର

1 min read
seashore under white and blue sky during sunset

କଞ୍ଚା ମାଟିର ପିଣ୍ଡୁଳାଟିଏ
ମୁହିଁ ତ ଅଟ‌ଇ
ଗଢିଲେ ଯତନେ କରିଦେବି
ସୁନ୍ଦର ଏ ଭୂଇଁ।

ସତଶିକ୍ଷା ଦେଇ ଭରିଦେଲେ
ଜୀବନ କଳସୀ
ପ୍ରକାଶିବି ଦିବ୍ୟ ଜ୍ୟୋତି ସାଜି
ପୂର୍ଣ୍ଣିମାର ଶଶୀ।

ମୋତି ପରି ଲୁକ୍କାୟିତ ଯେତେ
ପ୍ରତିଭାକୁ ମୋ’ର
ସର୍ବୋତ୍ତମ ସାଧନ ଯୋଗାଇ
ବିକଶିତ କର।

ହାତ ଧରି ଶିଖାଅ ଚାଲିବା
ସତ୍ୟ ଧର୍ମ ପଥେ
କରିବାକୁ ପ୍ରତିବାଦ ସଦା
ଅଧର୍ମର ମତେ।

ନିଷ୍ପାପ ପ୍ରାଣେ ମୋ’ ଭରିଦେଇ
ପବିତ୍ର ସଂସ୍କାର
କରିଦିଅ ଧନ୍ୟ ଏଇ ନର
ଜନମକୁ ମୋ’ର।

ସମ୍ଭାବନାର ଗନ୍ତାଘର ମୁଁ
ରାଷ୍ଟ୍ର ଭବିଷ୍ୟତ
ପ୍ରତିଶ୍ରୁତି ଦେଉଛି ରଖିବି
ଦେଶର ମହତ।

ନିବେଦିତା ମହାପାତ୍ର
ମୁକୁନ୍ଦ ମିଶ୍ର ନଗର, ଗୋପିନାଥ ପୁର, ପୁରୀ
ଇ-ମେଲ୍ ଠିକଣା :-mohapatranibedita30@gmail.com

Copyright © Sahitya Jibana | Newsphere by AF themes.
Open chat
Hello
How can you help we?