ଶିଶୁ ଦିବସ – ରଶ୍ମୀବାଳା ଶତପଥୀ
1 min readଶିଶୁ ଯେ ଅଟଇ ପ୍ରଭୁଙ୍କ ସ୍ୱରୂପ
କେଡେ ମନଲୋଭା କେଡେ ଅପରୂପ,
ମନେ ନାହିଁ ତାଙ୍କ ଗର୍ବ ଅହଙ୍କାର
ସବୁଠୁ ସରସ ସେ ସବୁଠୁ ସୁନ୍ଦର।
ଶିଶୁ ଯେ ଅଟଇ ଅମୂଲ୍ୟ ଚାରା
ଭବିଷ୍ୟ ହୁଅଇ ମହାଦ୍ରୁମ ପରା,
ମୁଖରୁ ନିସୃତ ସଦା ମଧୁର ବଚନ
ସନ୍ତୋଷ କରେ ସେ ପ୍ରାଣୀଙ୍କ ମନ।
ଶିଶୁଟିଏ ଭାବି କରନି ଥଟ୍ଟା ପରିହାସ
ସେ ପରା ଅଟଇ ସଂସାରର ଆଦର୍ଶ,
ଆଜିର ଶିଶୁ କାଲିର ଭବିଷ୍ୟତ
ତାଙ୍କ ଉପରେ ଥାଏ ପ୍ରଭୁଙ୍କ ଆଶିଷ।
ସମାଜରେ ଶିଶୁଟି କଳିକା ସମ ପ୍ରତୀତ
କଲି ହୋଇବ ସମାଜେ ସେ ପ୍ରସ୍ଫୁଟିତ,
ସତ୍ୟ,ଧର୍ମ,ନ୍ୟାୟ ପଥେ ନେଇଯିବା
ଶିଶୁଟିକୁ ଆମେ ଆଦର୍ଶ କରିବା।
ଚାଚା ନେହୁରୁ ଶିଶୁ ମାନଙ୍କ ସକାଶେ
ନିଜ ଜନ୍ମଦିନଟିକୁ ଉତ୍ସର୍ଗ କଲେଟି ଶେଷେ,
ଶିଶୁ ମାନଙ୍କୁ ସ୍ନେହ ଶ୍ରଦ୍ଧା କରି ବୁଝିଲେ ମନ
ସନ୍ତୋଷ ହୋଇବେ ସେ ପ୍ରଭୁ ନାରାୟଣ।
ରଶ୍ମୀବାଳା ଶତପଥୀ
ଯାଜପୁର ଟାଉନ୍,ଯାଜପୁର
ଇ-ମେଲ୍ ଠିକଣା:-
rashmibala.stphy@gmail.com