Sahitya Jibana

Portal on odia literature

ପଢମା ଆସ – ପିଙ୍କୁ ରଣବିଡା

1 min read

ପଢମା ରେ ପଢ଼ମା ଆସ

ମିଲିମିସି କରି ସବେ ପାଠ୍ ପଢମା,

ପାଠ୍ ଟିକେ ପଢିଥିଲେ

ନାଇଁ ହେଉ କେନସି ନୁ ଅପମାନ୍ ।

ନାଇଁ ଖାଏଲେ ଘଡେ ବଚିଯିବୁ

ପାଠ୍ ନାଇଁ ପଢିଥିଲେ ହିନିସ୍ତା ହେବୁ,

ସବେ ତତେ ମୁରୁଖ୍ କହେବେ

କେତେ ଲୁକର୍ ଟପା ଦାଏକା ସୁନ୍’ବୁ ।

ଦୁଇ ଅକ୍ଷର୍ ପଢିଥିଲେ

ଜାନିପାରବୁ ଦୁନିଆଁର୍ ହାଲଚାଲ୍ ,

କେନୁ କାଣା ଘଟୁଛେ

ଦୁନିଆଁର୍ ସାଙ୍ଗେ ଚାଲୁଥିବୁ ତାଲେତାଲ୍ ।

ଆସରେ ଆସ ପଢି ଆସ

ସମିଆଁ ଗଲେ ଚାଲି ନାଇଁ ଆସେ ଫିରି,

ସୋର୍ କରୁଥିବ ପଛେ

ଛୁଛା କେ ତୋର୍ ଜୀବନ୍ ଯିବା ସରି ।

ସବେ ତତେ ମୁରୁଖ କହେବେ

ତୋର ଠାନୁଁ ସବେ ଦୁରେଇ ରହେବେ,

ପାଠ୍ ଦୁଇ ଅକ୍ଷର୍ ନାଇଁ ପଢିଲୁ

ଟୀଫିନ୍ ଧରି ସକାଳୁ ମଜିରି ଜା କହେବେ ।

ଆସରେ ଆସ ପଢ଼ମା ଆସ

ପିଲା, ଟୁକେଲ ନାଇଁ କର ଆରୁ ଡେରି,

ସରକାର ସବୁ ଦେଉଛେ

ଖାନା, ପିନା, ବହି, ପେଣ୍ଟ, ସାର୍ଟ ନୁ ଫିରି  l

ନାଇଁ କର ଆରୁ ଡେରି

ପିଲା,ଟୁକେଲ୍ ଆସରେ ଇସ୍କୁଲ୍ କେ ପଢି,

ତମର୍ ଲାଗି ଖୁଲା ହେଇଛେ

ପାଠ୍ ଦୁଇଁ ଅକ୍ଷର୍ ପଢି ନୂଆଁ ଦୁନିଆଁ ଦିଅ ଗଢି ।

ପିଙ୍କୁ ରଣବିଡା
ସମ୍ବଲପୁର(ଠେମରା,ପଦର ପଡା)
ଇ-ମେଲ୍ ଠିକଣା
Pinkuranbida288@gmail.com

Copyright © Sahitya Jibana | Newsphere by AF themes.
Open chat
Hello
How can you help we?