ଶିଶୁ ଦିବସ – ପ୍ରତାପ ଚନ୍ଦ୍ର ପ୍ରଧାନ
1 min readଶିଶୁ ସୁରକ୍ଷା ଶିଶୁର ଶିକ୍ଷା,
ଶିଶୁ ବିକାଶ ପାଇଁ ।
ଶିଶୁ ଦିବସ ପାଳନ ହୁଏ,
ସାରା ଭାରତେ ଭାଇ ।।
ନେହେରୁଙ୍କର ଜନ୍ମ ଦିବସ,
ଶିଶୁ ଦିବସ ଦିନ ।
ଶିଶୁମାନଙ୍କୁ ଭଲ ପାଆନ୍ତି ,
ଚାଚା ନେହେରୁ ଜାଣ ।।
ଶିଶୁ ହସିଲେ ଦୁନିଆ ହସେ ,
ହସେ ସାରା ଜଗତ ।
ଶିଶୁ ବିକାଶ ହୋଇଲେ ପରା,
ସୁନ୍ଦର ଭବିଷ୍ୟତ ।।
ଯେତେକ ଅଛି ଶିକ୍ଷାନୁଷ୍ଠାନ,
ସେଠି ହୁଏ ପାଳନ ।
ମନେ ପଡନ୍ତି ଚାଚା ନେହେରୁ,
ତାଙ୍କର ଦିବ୍ୟଜ୍ଞାନ ।।
ଶିଶୁ ଅଟଇ ମାଟି ପିଣ୍ଡୁଳା,
ଗଢ ଯତନ କରି ।
ତାଙ୍କରି ହାତେ ଦେଶର ଡଙ୍ଗା,
ସିଏ ପରା ନାଉରି ।।
ହଟେଇ ଦେବା ଶିଶୁ ଶ୍ରମିକ,
ଛାଡିବା ପାଠ ପଢି ।
ସିଏ ତୋଳିବ ତା ଭବିଷ୍ଯତ,
ଶିକ୍ଷା ପାହାଚ ଚଢି ।।
ତା ଭବିଷ୍ଯତ ପାଇଁକା ଅଛି,
କେତେ ଯୋଜନ ମାନ ।
ଶିଶୁ ଛୁଇଁବ ସଫଳ ଶୀର୍ଷ,
ଆସିବ ତାର ଦିନ ।।
***
ପ୍ରତାପ ଚନ୍ଦ୍ର ପ୍ରଧାନ
ଆଳିପଡା, କଣାସ, ପୁରୀ