Sahitya Jibana

Portal on odia literature

ପ୍ରେମ – ଶୋଭାଗିନୀ ନନ୍ଦ

1 min read

ପ୍ରେମ ସାଶ୍ବତଚିରନ୍ତନ ଓଜୀବନ
ପ୍ରେମ ଅନାବିଳ ପୂଜାଫୁଲ
ସ୍ନିଗ୍ଧ ଅରୁଣୀମା ରଶରତ
ପ୍ରେମ ଜାହ୍ନବୀର ସ୍ବଚ୍ଛ ପବିତ୍ର ଜଳ
ପ୍ରେମମାନେ ନାହିଁ ବାଧାବନ୍ଧନଜାତିଧର୍ମ
ନିରୋଳାର ଏକଶୁଭ୍ର ସକାଳ ।

ପ୍ରେମ ସାଗର ତଟିନୀ ସିନ୍ଧୁ ନନ୍ଦିନୀ
ପ୍ରୀତି ବିନୋଦିନୀ
ଝରାଭସାବାଦଲରେ ଝରି ଯାଉଥିବା
ସ୍ରୋତସ୍ବିନୀ ।
ପ୍ରେମଭକ୍ତଓଭଗବାନର
ଆତ୍ମାର ବନ୍ଧନ
ଜନନୀଓସନ୍ତାନରଅମୂଲ୍ଯ
ବାତ୍ସଲ୍ଯତାର ବିଭୁତିରଚନ୍ଦନ ।

ପ୍ରେମ ଭ୍ରାତା ଓ ଭଗିନୀର ଅମିୟ
ସ୍ନେହ ଭକ୍ତିର ବନ୍ଧନ
ପ୍ରେମ ପତି ପତ୍ନୀ ଦୁଇଟି ହ୍ରୁଦୟର
ଫଲ୍ଗୁଭିଜା ପାରିଜାତ ତପୋବନ ।

ପ୍ରେମ ପ୍ରେମିକ ପ୍ରେମିକାର
ମିଳନ ବିରହର ହ୍ରୁଦୟସ୍ପନ୍ଦନ
ପ୍ରେମ ଅନବଦ୍ୟ ଶାନ୍ତି ମୈତ୍ରୀ
ଭାତ୍ରୁତ୍ବର ବନ୍ଧନ ା

ଶୋଭାଗିନୀ ନନ୍ଦ
ଜୟପୁର ]କୋରାପୁଟ]

Copyright © Sahitya Jibana | Newsphere by AF themes.
Open chat
Hello
How can you help we?