Sahitya Jibana

Portal on odia literature

ପ୍ରେମ ପାଇଁ – ଅରୁଣ ପ୍ରଧାନୀ

1 min read

ଅକୁହା କଥାକୁ ଆଜି କହୁ ଅଛି
ବିତିଛି କେତେ ବରଷ
ତୁମ ପ୍ରେମ ପାଇଁ ରହିଥିଲି ଚାହିଁ
ଛାଡ଼ି ଦେଇ ନିଜ ବାସ
ଆସିଛି ଜୀବନେ କେତେ ଝଡ଼ଝଞ୍ଜା
ହାରି ନାହିଁ ପ୍ରେମ ପାଇଁ
ଚାହିଁନି କାହାକୁ ତୁମ ପାଇଁ ସିନା
ଖରା ବରଷା କୁ ସହି
ଏହି ପ୍ରେମ ପାଇଁ ନିଜ ଗାଁ ଭୁଇଁ
ଭୂଲିଛି ଘର ଠିକଣା
ପାଇବା ଆଶାରେ ସପନ ଦେଖୁଛି
କାହିଁକି ତା ନାହିଁ ଜଣା
କହିବି କହିବି କହି ହେଲାନାହିଁ
ସମୟ ଯାଇଛି ଗଡ଼ି
ପ୍ରେମ ପାଇଁ ମୋର ଦେହେ ଅଛି ବଳ
ଯାଇଛି ଆଗକୁ ମାଡ଼ି

ଅରୁଣ ପ୍ରଧାନୀ
ନର୍ଲା ,କଳାହାଣ୍ଡି
ଇ-ମେଲ୍ ଠିକଣା : Pradhaniarunsva2012@gmail.com

Copyright © Sahitya Jibana | Newsphere by AF themes.
Open chat
Hello
How can you help we?