Sahitya Jibana

Portal on odia literature

ପ୍ରେମ – ପବିତ୍ର ସାହୁ

1 min read

ପ୍ରେମ ଦୁଇଟି ଅକ୍ଷରେ ଗଢା଼
ପ୍ରୀତି ର ଭଣ୍ଡାର
ପ୍ରେମ ଅମୂଲ୍ଯ ଉପହାର
ଶାଶ୍ବତ ସୁନ୍ଦର।

ପ୍ରେମ ସାତ ରଙ୍ଗ ଭରିଦିଏ
ନିଃସଙ୍ଗ ଜୀବନ
ପ୍ରେମ ଦୁଇଟି ଆତ୍ମାର
ନିଃସର୍ତ୍ତ ମିଳନ।

ପ୍ରେମ ନ ହୁଏ କେବେ ଶେଷ
ନବ ଚିରନ୍ତନ
ପ୍ରେମ କବିତ୍ଵ ଭାବନାର
କବିତା ସ୍ରୁଜନ।

ପ୍ରେମ ଫଗୁଣ ବଗିଚାର
ସୁମନ ସୁବାସ
ବସନ୍ତ ମଳୟ ପବନର
ମଧୁର ପରଶ।

ପ୍ରେମ ରାଗ ରାଗିଣୀ ମିଶା
ସଂଗୀତ ମୁର୍ଛନା
ପ୍ରେମ ନୈସର୍ଗିକ ଭୁକ୍ତ
ଈଶ୍ବର ସର୍ଜନା।

ପ୍ରେମ ସୁନେଲୀ ସକାଳର
ମଧୁର କାକଳୀ
ଅଧ ରାତି ଜ୍ୟୋସ୍ନା ଭିଜା
ଚନ୍ଦ୍ରମା ଶୀତଳୀ।

ବିଶ୍ବାସର ଅନ୍ୟ ନାମ ପ୍ରେମ
ସତ୍ଯ ଯେ ପ୍ରମାଣ
ଦୁଇ ଗୁଣିତ ହୋଇଥାଏ ପ୍ରେମ
କଲେ ବିତରଣ।
————————-
ପବିତ୍ର ସାହୁ (ଅଧ୍ଯାପକ)
ବନର, ପାଳଲହଡ଼ା, ଅନୁଗୋଳ
ହ୍ୱାଟ୍ସଆପ୍ ନମ୍ବର :୯୫୫୬୮୨୩୬୮୧
ଇ-ମେଲ୍ ଠିକଣା :pabitras081@gmail.com

Copyright © Sahitya Jibana | Newsphere by AF themes.
Open chat
Hello
How can you help we?