ପ୍ରେମ – ରଶ୍ମିତା ନାୟକ
1 min readକାହା ପାଇଁ ପ୍ରେମ ସରାଗଠୁ ବଡ
କାହାପାଇଁ ଧୂଳି ଘର,
କିଏ ଆସି ଏଠି ନିଜର କରେ ତ
କିଏ କରିଦିଏ ପର ll
କାହାପାଇଁ ପ୍ରେମ ଫୁଲର ପାଖୁଡା
ଧରୁ ଧରୁ ଝଡି ଯାଏ,
କାହାପାଇଁ ପ୍ରେମ ପବିତ୍ର ବନ୍ଧନ
ସତ ଜନ୍ମ ପାଇଁ ଥାଏ ll
ଜୀବନ ରାସ୍ତାରେ ଏକା ଚାଲୁ ଚାଲୁ
ପାଦ କେବେ ଖସି ଯାଏ,
ସେ ରାସ୍ତାରେ ଯଦି ସାଥି ମିଳିଯାଏ
ଡାକିକି କୋଳେଇ ନିଏ ll
ଜୀବନ ପଥ ର ପଥିକ ସାଜି ସେ
ହାତ ଧରି ମୋର ନିଏ,
ଅଧା ବାଟେ ଯେବେ ହାତ ଛାଡିଯାଏ
ସେଠି ସହ ହବ ଆଉ କିଏ ll
କାହାପାଇଁ ପ୍ରେମ ବିଶ୍ୱାସ ଭରଷା
କାହାପାଇଁ ପ୍ରତାରଣା
କାହାପାଇଁ ପ୍ରେମ ଜୀବନ ଠୁ ବଡ
ପୁଣି ହୁଏ କିଏ ବାଟ ବଣା ll
ରଶ୍ମିତା ନାୟକ
କେଶରପୁର
ନାରପଡ଼ା
ନପଙ୍ଗ
ଇ-ମେଲ୍ ଠିକଣା :nnayakrasmita632@gmail.com