Sahitya Jibana

Portal on odia literature

ପ୍ରେମ – ମନୋଜ କୁମାର ପଟ୍ଟନାୟକ

1 min read

ତୋ ଚେହେରା ଯେବେ ମଲି ଫୁଲପରି
ବାସିଲା ଲୋ ଗୋରୀ ମୋତେ
ହୃଦୟ ଭିତରେ ତୋ ପାଇଁ ଲୋ ପ୍ରିୟା
ଘରଟେ ତୋଳିଛି ସତେ

ସେଇ ଘରେ ପରା ମୁଁ ରାଜା ତୁ ରାଣୀ
ହୋଇ ରହିଥିବା ସାଥି
ତୁ ଥିଲେ ମୋ ସାଥେ ସବୁ ଜହ୍ନ ରାତି
ଭାବନାରେ ଯାଏ ବିତି

ତତେ ଭାବି ଭାବି ଲେଖୁଥାଏ ବସି
ପ୍ରେମର ଅକୁହା କଥା
ପ୍ରତି ଟି ମୁହୂର୍ତ୍ତେ ତୋ ମନର କଥା
ମୋ ମନରେ  ଦିଏ ବ୍ରାର୍ତ୍ତା

ମୋ ମନ ଭିତରେ ପ୍ରତି ମୁହୂର୍ତ୍ତ ରେ
ଭାବନାରେ ଥାଅ ତମେ
ସେଇ ଭାବନାରେ ଖୋଜୁ ଥାଏ ନୀତି
ଆସୁ ଥାଅ ମନେ ତୁମେ

ନୂଆ ପ୍ରେମ ତୁହି ବାଛିନେଲୁ ସାଥି
ପୁରୁଣା କୁ ଗଲୁ ଭୁଲି
ମୋର ଏ ମନକୁ ଭାବିତୁ ଖେଳନା
ଖେଳି ଦେଇ ଗଲୁ ଚାଲି

ପ୍ରଥମ ଦେଖାରେ ଭଲପାଇ ଗଲି
ମନ ଦେଇ ଦେଲି ତତେ
ସେଥି ପାଇଁ ପରା ପାଗଳଟେ ସାଜି
ଖୋଜୁଛି ଆଜୀ ମୁଁ କେତେ

ମନ ଦେଇଥିଲି ଭଲ ପାଇଥିଲି
ପ୍ରେମ କରିଥିଲି ଥରେ
ସେଥି ପାଇଁ ପରା ପାଗଳ ଟେ ସାଜି
ପ୍ରତି ମୁହୂର୍ତ୍ତ ରେ ମରେ

ଛଳନା ଛୁରୀରେ ମୋ ଛାତି ଚିରିଲୁ
ଦେଇଗଲୁ ମୋତେ ଧୋକା
ଏବେ ମୁଁ ଭାବୁଛି ତୁଥିଲୁ ସିଆଣୀ
ମୁଁ ହେଇଗଲି ବୋକା

ପ୍ରତାରଣା ଯଦି ଶିଖିବାର ଅଛି
ତୋଠାରୁ ଶିଖିବ ପ୍ରିୟା
ହୃଦୟ ଟା ତୋର ପ୍ରତାରଣା ଭରା
ମୁଁ ଜାଣି ପାରିଲିନି କିଆଁ

କାହାରି ଭାଗ୍ୟରେ ତୋ ପରି କପଟୀ
ନ ମିଳୁଲ ପ୍ରିୟା କେବେ
ଆଜି ମୁଁ ଯେମିତି ଜୀଅନ୍ତା ଜଳୁଚି
ତୁ ବି ଜଳିବୁ କେବେ ନା କେବେ

ଏବେ ଶିଖି ଗଲି ଏବେ ବୁଝି ଗଲି
ପ୍ରେମରେ ଛଳନା କେତେ
ପ୍ରେମ କରିବିନି ଆଉ ମରିବିନି
ହାତ ଯୋଡୁଛି ମୁଁ ତୋତେ

କବି:- ମନୋଜ କୁମାର ପଟ୍ଟନାୟକ
ମୋବାଇଲ୍:-୯୯୩୭୩୦୭୮୫୭
ଗ୍ରାମ:- ରାଳବ
ବ୍ଲକ:- ହିଞ୍ଜିଳିକାଟୁ
ଜିଲ୍ଲା:- ଗଞ୍ଜାମ
ପିନ୍:- ୭୬୧୧୦୨

Copyright © Sahitya Jibana | Newsphere by AF themes.
Open chat
Hello
How can you help we?