ପ୍ରେମ – ଗୋପାଳ କ୍ରିଷ୍ଣା ରାଉଳ
1 min readପ୍ରେମ ଏକ ଅଷାଢୁଅା ଶ୍ରାବଣର ରାତି
ଭିଜି ନାହିଁ ଦେହର ବାସ୍ନାରେ
ଲଂଘି ଯାଏ ବହୁ ଦୂରେ କଷଣର କଳୁଷିତ ବକ୍ଷରେ
ପାହାଡର ଦୃଶ୍ୟ ଦିଶେ ନୀଳବର୍ଣ୍ଣ ପରି
ପ୍ରେମ ତୋର ସାତରଙ୍ଗେ ହଜି ଯାଏ ଅାଜି
ଅକାଞ୍ଚିତ ଶରୀରେ ତୋ ଖେଳେ ଶୀହରଣ
ଗୋରା ଦେହେ ବୋଳି ଦେଉ ଓଠର କୁଂକୁମ
ରାଗ ତୋର ବାସ୍ନା ଭରା ଜାଇ, ଯୁଇ ମଲ୍ଲୀ
ସ୍ମିତହାସ୍ୟେ ବାନ୍ଧି ରଖୁ ସଭିଁଙ୍କୁ ଜାବୁଡି
ହୃଦୟର ଗାଲିଚାରେ ଗୋଲାପର କଣ୍ଟା
କଣ୍ଟକିତ ପ୍ରେମିକାର ନାହିଁ ଅାବିଳତା ।।
ଗୋପାଳ କ୍ରିଷ୍ଣା ରାଉଳ
ବିଜୟନଗର, ଗଣିଅା, ନୟାଗଡ଼
ଦୂରଭାଷ:୯୮୫୩୫୨୬୬୨୨
ଇ-ମେଲ୍: gopalkrishnaraul67@gmail.com