ପ୍ରେମ – ସରସ୍ବତୀ ନାୟକ
1 min readପ୍ରେମ ପାପ ନୁହେଁ ପୁଣ୍ୟମୟ ସେହୁ
ନାଶେ ଯେତେ ମଂଦଧ୍ଵନି
ଅମାପ ଗରଳ ଅପସରି ଯାଇ
ବହେ ସୁଧା ପ୍ରବାହିନୀ ।।
ସନ୍ତାନ ସନ୍ତତି ପରିପୁଷ୍ଟ ହୋନ୍ତି
ବାପାମାଆ ପ୍ରେମ ସ୍ପର୍ଶଏ
ଭଗିନୀର ଓଠେ ଭ୍ରାତୃସ୍ନେହ ଫୁଟେ
ପ୍ରେମର ପ୍ରଫୁଲ୍ଲ ହାସ୍ୟଏ ।।
ଜାତି ଦଣ୍ଡାୟିତ ପ୍ରେମଭାଵ ଡୋରେ
ମାନବେ ସୌହାର୍ଦ୍ଦ୍ୟ ବଢ଼େ
ବିଶ୍ବଭାବ ସୃଷ୍ଟି ସେ ପବିତ୍ର ପ୍ରେମେ
ଏକକୁ ଅନେକେ ଯୋଡ଼େ ।।
ସବୁ ପ୍ରେମ ଅଗ୍ରେ ବିଭୁପ୍ରେମ ସାର
ନିହିତ ସଚରାଚରେ
ଭକ୍ତିରୂପ ପ୍ରେମ ନହୋଇଲେ ଜାତ
ବ୍ୟର୍ଥ ଜନ୍ମ ଏ ସଂସାରେ ।।
ସରସ୍ବତୀ ନାୟକ
କପିଳେଶ୍ୱରପୁର ୪ର୍ଥ ଶହ, ପୁରୀ
ଇ-ମେଲ୍ : nayaksarswati80@gmail.com