ପ୍ରେମ – ରାଜଲକ୍ଷ୍ମୀ ବାରିକ
1 min readମଣିଷ ମନର ସ୍ୱର୍ଗୀୟ ଚିନ୍ତନ ଯାହାର ନାମଟି ପ୍ରେମ
ପୃଥିବୀର ସବୁ ଜିନିଷ ଠାରୁ ସେ ସୁନ୍ଦର ଅନୁପମ l
ପ୍ରେମ ଅଟେ ଅନ୍ତରର ସ୍ୱରଲିପି ହୃଦୟର ଅମୃତ ସ୍ପନ୍ଦନ
ଛୁଇଁ ଯାଏ ଅନ୍ତରୁ ଅନ୍ତର ଶୀହରିତ କରି ତନୁ ମନ l
ମରେ ନାହିଁ ପ୍ରେମ ସରେ ନାହିଁ କେବେ ସେ ଅନ୍ତରର ନିର୍ଝରିଣୀ
ଦିନେନା ଦିନେ ସେ ମନ ମରୁଭୂମି ଭିଜାଇ ଦିଅଇ ପୁଣି l
ପ୍ରେମ ଏକ ବାସଭରା ପୁଷ୍ପ ଫୁଟେ ଖାଲି ହୃଦୟ କାନନେ
ବିଞ୍ଚି ଦେଇ ମୁଠା ମୁଠା ବାସ୍ନା ମହାକାଏ ପ୍ରେମିକ ଜୀବନେ l
ପ୍ରେମ ଏକ ସାମୋହନ ଶକ୍ତି ବଶୀଭୂତ କରିଥାଏ ପ୍ରତିଟି ଜୀବନ
ଆରମ୍ଭ ତା ଇତି ନାହିଁ ରହିଯାଏ ସ୍ମୃତିପଟେ ଜନମ ଜନମ l
ରାଜଲକ୍ଷ୍ମୀ ବାରିକ
ଯୋବ୍ରା ମଝିସାହି, କଟକ w/o-Adv ସନ୍ତୋଷ ବାରିକ
ଇ-ମେଲ୍ :Barikrajalaxmi97@gmail.com