Sahitya Jibana

Portal on odia literature

ଧିକ୍ ଏ ମଣିଷ ଜୀବନ – ଦୟାନିଧି ବଗର୍ତ୍ତୀ

1 min read

ଟ୍ରେନ୍ ଆସିଲା ଯାତ୍ରା ଆରମ୍ଭ ହେଲା
ବଗି ଭିତରେ ଗଲି ପଶି,
ଏପଟେ ସେପଟେ କାହା ଆଖି
କିଏ  ଫୋନ୍ରେ ଯାଉଛି ଗପି
ତ ଆଉ କିଏ କାଶୁଛିି  ବସି         |

କିନ୍ନର  ଆସିଲା  ଖାଲି ତାଳି ବଜାଇଲା
କିଏ ପାଞ୍ଚ କିଏ ଦଶ ଦେଲା
କିନ୍ନର ହାତେ ପଇସା ଗଲା ବରଷି,
ନାରୀଠୁ ଅଧିକ ସଜେଇ ହୋଇ
ଚୁମ୍ବକୀୟ କଥା ଓଠରେ କହି
ବହେ ପଇସା ନେଇଗଲା ହସି      |

ଏ ତ ଆମ ମଣିଷ ଭାଇ
କେବେ ଜମା ସୁଧୁରିବ ନାହିଁ,
କୋଉଠି ପାନଛେପ ତ କୋଉଠି ବାଦାମ ଚୋପା
ବଗି ଭିତରେ ଦେଲେ  ପକେଇ       |

ସେତ ଅଜଣା ଯାଯାବର ପଲାଟିଏ
ଝାଡ଼ୁଟେ ଧରି ବଗି ସଫା କରୁଥାଏ,
ସଫା ସରିଲା ଲୋକଙ୍କୁ ହାତ ବଢେଇଲା
କିଛି ମିଳିଯିବ ନିରୀହ ଆଖି ତାର ଆଶା ବାନ୍ଧିଥାଏ    |

ଧିକ୍ରେ ମଣିଷ ଜୀବନ
ଟଙ୍କାଟେ ଦେବାକୁ ନାହିଁ କାହାର ମନ
କିନ୍ନରକୁ ସିନା ଦାନ
ପିଲା ବେଳକୁ ଖୁଚୁରା ନାହିଁ କହିଲେ ଜାଣ      ା|

ଲଜ୍ଜ୍ୟା ଲାଗୁନାହିଁ ମଣିଷ ବୋଲାଇଲାକୁ
ଟଙ୍କାଟେ  ବାହାରୁନି ସାହାଯ୍ୟ କରିବାକୁ,
ଶହ ଶହ ଟଙ୍କା ପକେଟରୁ ବାହାରୁଛି
ମଦ ମାଂସ ପାନ ଗୁଟ୍ଖା ଖାଇବାକୁ       |

କଣ ହେବ ଏତିକି ଧନ
ଯଦି ଗରିବ ଅଟଇ ମନ,
କେବେ ଖୁସି ନାହିଁ ସେ ଜୀବନେ
ଯେଉଁଠି ନାହିଁ  ଦୟା,କ୍ଷମା ଓ ସହାୟତାର ଗୁଣ    |

ଦୟାନିଧି ବଗର୍ତ୍ତୀ
ଧର୍ମଗଡ଼଼,କଳାହାଣ୍ଡି
ଇ-ମେଲ୍: dayanidhi.bagartee@gmail.com

Copyright © Sahitya Jibana | Newsphere by AF themes.
Open chat
Hello
How can you help we?