ମୋ ପ୍ରେମ – ଯୋଗେଶ୍ୱର ଗହୀର
1 min readଜୀବନରେ ଯଦି ଭଲ ମୁଁ ପାଇଛି
ତୁମେ ମୋ ପ୍ରଥମ ପ୍ରେମ
ପ୍ରଥମ ପ୍ରେମକୁ ପାରିବିନି ଭୁଲି
ସହି ଯିବି ଅପମାନ ।
ଦୁନିଆଁରେ ସବୁ ପାଆନ୍ତି ଭଲ
କ୍ଷଣିକ ବରଷେ ପାଇଁ
ମୋର ଏ ପ୍ରେମର ଅନ୍ତନାହିଁ ସେତ
ସାତ ଜନମର ପାଇଁ ।
ମନେତୁମ ଯଦି ହଉନି ବିଶ୍ବାସ
ଛାତି ମୋର ଚିରି ଦେଖ
ହୃଦୟ ଭିତରେ ରହିଅଛି ଖାଲି
ତୁମ ସେହି ନାଆଁ ଟିକ ।
ପିଣ୍ଡରେ ମୋହର ଜୀବନ ବା ଅଛି
କେବଳ ତୁମରି ପାଇଁ
ତା ନୋହିଲେ ପ୍ରିୟା ଉଡି ଯାଆନ୍ତାଣି
ମୋର ଏହି ପ୍ରାଣ କାହିଁ ।
ତୁମନାମେ ରକ୍ତ କଣିକା ମୋ ଗଢା
ଶିରା ପ୍ରଶିରାରେ ବହି
ଶୁଷ୍କ ପରାଣରେ ଜୀବନ ସଞ୍ଚାରେ
ତୁମ ସମ ନାହିଁ କେହି ।
ଯୋଗେଶ୍ୱର ଗହୀର
ଗ୍ରା /ପୋ–ସିର୍ଜାପାଲି, ଭାୟା – କେସିଙ୍ଗା, କଳାହାଣ୍ଡି, ପିନ୍ – 766012
ଇ-ମେଲ୍:jogeshgahir90@gmail.com