Sahitya Jibana

Portal on odia literature

ପ୍ରେମ – ସୁରେନ୍ଦ୍ର ନାଥ ସାହୁ

1 min read

ପ୍ରେମ ସୃଷ୍ଟି ରସ ପ୍ରେମ ହିଁ ସରସ
ପ୍ରେମ ବିନା ସବୁ ମାଟି
ପ୍ରେମ ପୟୋଧିର ସୁଧାକୁ ବାଣ୍ଟିଲେ
ନ ସରେ ପୁରଇ ଅଣ୍ଟି।

ପ୍ରେମ ପୂତ ଦୁଇ ଆଖି ବାପା ମାଆ
ଜ୍ଞାନ ଗୁରୁ ପ୍ରେମ ଆଶୀର୍ବାଦ
ଦେଶ ପ୍ରେମ ବଳିଦାନୀ ଉପାସନା
ଭାଷା ପ୍ରେମରୁ କବି ସେବିତ।

ବାସନା ଅସନା ଅଭଦ୍ରତା ଯାତନା
ପ୍ରେମ ନାମେ ଅପବାଦ
ପ୍ରେମ ପୁଣ୍ଯ ପାରସ ପରଶ ପ୍ରଭାବେ
ଲଭେ ଅକିଞ୍ଚନ ବଡ ପଦ।

ସୁରେନ୍ଦ୍ର ନାଥ ସାହୁ
କଳମ୍ବ(ଡିହସାହି)
ପୋଲସରା
ଗଞ୍ଜାମ
୭୬୧୧୦୫

Copyright © Sahitya Jibana | Newsphere by AF themes.
Open chat
Hello
How can you help we?