Sahitya Jibana

Portal on odia literature

ନାରୀ ସଶକ୍ତିକରଣ – ଆଶୁତୋଷ ଠାକୁର , ବଲାଙ୍ଗିର

1 min read
seashore under white and blue sky during sunset

ନାରୀ ସଶକ୍ତିକରଣ

ନାରୀ ଜାୟା ସାଥେ ଭଗିନୀ ନାରୀ
ଦୁହିତା ନାମ ସେ କାହା ଦୁଲାରୀ
ସେ ସିଂହ ବାହିନୀ ସଂହାରକାରୀ
ଯୁଗେ ଯୁଗେ ପାପୀ ବିନାଶ କାରୀ —–,,
ନାରୀ ଜାତି କେବେ ନୁହଁନ୍ତି ଅବଳା
ନୁହେଁ ସେ ଦୁର୍ବଳା  ଅଟେ ସବଳା
ନାରୀ ପ୍ରଗତିରେ ଦେଶର ପ୍ରଗତି
ନାରୀ ଅଗ୍ରଗତି  ଦେଶର ଶକ୍ତି ——–,,
ନାରୀ ନୁହେଁ ଗୋଟେ କାଚ କଣ୍ଡେଇ
ଯା ତା ଇଛାରେ ଖେଳିବା ପାଁଇ
ନାରୀ ହାତେ ଯେବେ ଅସ୍ତ୍ର ରହିବ
ସବୁ ଅତ୍ୟାଚାର ମେଟେଇ ଦେବ ——,,
ନାରୀ ଜନ୍ମ ନୁହେଁ ଲୁହ ଗଡାଇବା
ମଥାପାତି ସବୁ ଅତ୍ୟାଚାର ସହିବା
ନାରୀ ଜନ୍ମ ଏଠି  ଲଢ଼ିବା ପାଇଁ
ସେହି ନାରୀରୂପେ ରାଣୀ ଲଷ୍ମୀବାଇ —-,,
ଲୁଟ ତରାଜ ଆଉ ଯଉତୁକ  ପ୍ରଥା
ବାଲ୍ୟବିବାହ କଥା ଓ ଭୃଣ ହତ୍ୟା
ପୁଣି କେବେ ବଧୁ ପୋଡି ବିଷୟ
ଧର୍ଷିତା ହୋଇ  ନୁଆଇ ମଥା ——,,
ଚାରିଦିଗରୁ ଶୁଭୁ ଗୋଟିଏ ସ୍ୱର
ନାରୀ ଶିକ୍ଷା ପାଇଁ ହେଉ ପ୍ରଚାର
ନାରୀ ଶିଖା ଦୀକ୍ଷା ଅଟେ ଜରୁରୀ
ସମାଜର ମୁଖ୍ୟ ଅଙ୍ଗ ପରା ନାରୀ —–,,
ଜନ ସାଧାରଣ ହୁଅ ସଚେତନ
ନାରୀ ସୁରକ୍ଷା ପାଇଁ ଦିଅ ମନ
ସୁରକ୍ଷିତ ଯେବେ ହବ ନାରୀଶକ୍ତି
ସବୁଦିଗେ ହେବ ଦେଶର ଉନ୍ନତି —–,,
ଆଉ ଶୁଭିବନି କେବେ ଆର୍ତ୍ତ ଚିତ୍କାର
ମୂଳପୋଛ ହେବ ନାରୀ ଅତ୍ୟାଚାର
ପୁଅ ଝିଅ କିହେ କାହାଠୁ କମ୍ ନୁହଁନ୍ତି
ନାରୀ ଶବ୍ଦରୁ ପରା ନରର ସୃଷ୍ଟି ——,,
ଆସ ସଭେମିଶି ଶପଥ ନେବା
ନାରୀ ଶକ୍ତିର ପ୍ରତିଭା ଖୋଜିବା
ନାରୀ ନୁହେଁ ସେ ନାରାୟଣୀ
ଆକାଶ ମାର୍ଗେ ବି ଗତି କଲାଣି —-,,


କବି – ଆଶୁତୋଷ ଠାକୁର ,ମଣ୍ଡଲ,
ବଲାଙ୍ଗିର, ମୋବା-୯୯୩୭୯୩୩୧୧୪