ସମାଜ ସଂଗଠନରେ କୁସଂସ୍କାର, ଅନ୍ଧବିଶ୍ୱାସ ଭଳି ମଳିନତାକୁ ଦୂରକରି ସୁନ୍ଦର, ପରିଷ୍କାର, ପରିଚ୍ଛନ୍ନ ସମାଜ ଗଠନରେ ସହାୟକ ହୁଏ ସାହିତ୍ୟ। ସେହିଭଳି କବିତା ହେଉଛି କବି ପ୍ରାଣର ଉଛ୍ୱସିତ ସ୍ରୋତସ୍ୱିନୀ ଧାରା ।ଏହା ସଂଗ୍ରାମ, ସଂଘର୍ଷ, ଶୋକ, ଦୁଃଖ ଓ ଯନ୍ତ୍ରଣା ର ଅବିକଳ ପ୍ରତିଲିପି। ସାରସ୍ୱତ ସାଧନାର ବିନ୍ଧାଣୀ ରୂପେ, କବି ହେଉଛି ଦ୍ୱିତୀୟ ଈଶ୍ୱର। ତାର ମନ, ପ୍ରାଣ ଓ ଜୀବନର ପ୍ରତିଫଳନ ହେଉଛି କବିତା। ଏହାର ଗୁରୁତ୍ୱ ବହନ କରି ପୁର ପଲ୍ଲୀରେ ସାହିତ୍ୟ ସାଧନା କରୁଥିବା ଲୁକ୍କାୟିତ ପ୍ରତିଭା ମାନଙ୍କୁ ଲୋକ ଲୋଚନକୁ ଆଣି ତାର ପ୍ରତିଭାକୁ ବିକଶିତ କରିବାର ସୁନ୍ଦର ମାଧ୍ୟମ ହେଉଛି ସାହିତ୍ୟ ଜୀବନ ଇ ପତ୍ରିକା ।
ବର୍ତ୍ତମାନ ଆମେ ସମସ୍ତେ ଡିଜିଟାଲ କ୍ଷେତ୍ରରେ ପାଦଥାପି ବାନ୍ଧିହେଇ ଆଗକୁ ଅଗ୍ରସର ହେବାର ପ୍ରୟାସ ଜାରି ରଖିଛୁ। ଏଣୁ ଭବିଷ୍ୟତର ନୂତନ ପିଢ଼ି ପାଇଁ ସାହିତ୍ୟ ଜୀବନ ୱେବସାଇଟ http://sahityajibana.in ଏକ ସୁନ୍ଦର ମାଧ୍ୟମ, ଯାହା ଦ୍ଵାରା ଓଡ଼ିଆ ସାହିତ୍ୟ କୁ ଏହା ସୁରକ୍ଷା ପ୍ରଦାନ କରି ପାରିବ ଓ ସମାଜ ସଂସ୍କାର ପାଇଁ ଏକ ମୂଖ୍ୟ ଆୟୁଧ ରୂପେ ବିବେଚିତ ହେବ। କେବଳ ୱେବସାଇଟ ନୁହେଁ ଡିଜିଟାଲ ଦୁନିଆରେ ବିଭିନ୍ନ ସୋସିଆଲ ମିଡ଼ିଆ ବ୍ୟବହାର କରି ସାହିତ୍ୟ ର ପ୍ରଚାର ପ୍ରସାର କରିପାରୁଛୁ। ଫେସବୁକ , ହ୍ୱାଟ୍ସଆପ୍ ଆଦି ସୋସିଆଲ ମିଡ଼ିଆ ବ୍ୟବହାର କରି ସାହିତ୍ୟ ଆସର ଅନୁଷ୍ଠିତ କରି ସାହିତ୍ୟ କ୍ଷେତ୍ରରେ କିଛି ସମୟ ଦେଇପାରୁଛୁ । ସାହିତ୍ୟ ଜୀବନ ର ତ୍ରୈମାସିକ ଇ-ପତ୍ରିକା ମାଧ୍ୟମରେ ଓଡ଼ିଆ ସାହିତ୍ୟ ସଂସ୍କୃତି କୁ ବଜାୟ ରଖିବାକୁ ଉଦ୍ୟମ କରୁଅଛୁ ।।
କବିତା , ଗଳ୍ପ , ପ୍ରବନ୍ଧ ଆଦି ମାଧ୍ୟମରେ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ସାଧାରଣ ଜନତାଙ୍କ ପାଖରେ ପହଁଞ୍ଚାଇବା ଏବଂ କବି ଓ କବୟିତ୍ରୀ ମାନଙ୍କୁ ସମାଜରେ ସେମାନଙ୍କ ସୃଜନଶକ୍ତି ର ପରିଚୟ ପ୍ରଦାନ କରିବାରେ ଅନୁଷ୍ଠାନ ସଦା ସର୍ବଦା ଚେଷ୍ଟିତ ଅନୁଷ୍ଠାନ ଦ୍ବାରା ପ୍ରଦତ୍ତ ସୁବିଧା ଓ ସୁଯୋଗ ର ସଦ୍ ବ୍ଯବହାର କରି ଅନାମଧେୟ ବ୍ଯକ୍ତି ଟିଏ କବି/କବୟିତ୍ରୀ ପାଲଟିଯାଇ ଦମ୍ଭର ସହିତ କହିପାରେ ” ମୁଁ ମଧ୍ୟ ଜଣେ ସ୍ରଷ୍ଟା। ମୋର ସୃଷ୍ଟି ସରଳ, ସାବଲୀଳ ଏବଂ ମୌଳିକ। ” ଓଡିଆ ଭାଷାର ମହତ୍ତ୍ୱ ଏବଂ ମର୍ଯ୍ଯାଦା ରକ୍ଷା କରିବାକୁ ଅନୁଷ୍ଠାନ ସଦା ସର୍ବଦା ଚେଷ୍ଟା କରୁଛନ୍ତି ।
ସମସ୍ତ ଲେଖକ, ଲେଖିକା ଙ୍କ ନିଜସ୍ବ ଚିନ୍ତାଧାରା ରେ ଲିଖିତ ସମସ୍ତ କବିତା ଗୁଡ଼ିକୁ ବାରମ୍ବାର ପଢ଼ି ନିଜକୁ, ତାଙ୍କରି ଭାବନାରେ ହଜେଇ ଦେଇ ସମସ୍ତ ଙ୍କ ଲେଖନୀର ସ୍ପର୍ଶ ଚମତ୍କାର। କବିତା ମାଧ୍ୟମରେ ସୁନ୍ଦର ସୃଷ୍ଟି ସର୍ଜନା କରିବାର ସୁନ୍ଦର ପ୍ରୟାସ। ଏ ପ୍ରୟାସ ସମସ୍ତଙ୍କ ଜାରିରହୁ ଏବଂ ସମସ୍ତ ଙ୍କ ସହଯୋଗ ଏବଂ ଆର୍ଶୀବାଦ ସେମିତି ସାହିତ୍ୟ ଜୀବନ ଉପରେ ଥାଉ ଏତିକି ପ୍ରାର୍ଥନା ।।