ନାରୀ ସଶକ୍ତିକରଣ 

ନାରୀ ଶକ୍ତିର ଉତ୍ସ 
ପ୍ରେରଣାର ସ୍ରୋତ  
ତ୍ୟାଗର ପ୍ରତୀକ 
ମମତାର ଗନ୍ତାଘର ll

ଆଜିର ଆହ୍ୱାନ 
ନାରୀ ସଶକ୍ତିକରଣ
ଦେବା ତାକୁ ସୁଯୋଗ 
ଗଢିବ ସେ ଉଦାହରଣ ll

ହେବ ସେ ସ୍ୱାବଲମ୍ବୀ 
ସେ ମୁକ୍ତ ଆକାଶର ପକ୍ଷୀ 
ବଦଳିବ ଦେଶର ଅର୍ଥନୀତି 
ବଦଳିବ ସଫଳତାର ମାପକାଠି ll

ହସିବ ଏ ମାଟି,ପାଣି ପବନ 
ସୃଷ୍ଟି ହେବ ନୂଆ ଇତିହାସ 
ନିର୍ଯ୍ୟାତନାରେ ପଡିବ ପୂର୍ଣ୍ଣଛେଦ 
ବଢିବ ନାରୀର ସମ୍ମାନ ll 

ନାରୀ ସୃଷ୍ଟି କରିବା ନିଜ  ପରିଚୟ 
ପରିବାର ହେବ ଗୌରବମୟ 
ସମାଜ ହେବ ସଂଗଠିତ 
ସମସ୍ତେ ହେବେ ଉଚ୍ଚ ଶିକ୍ଷିତ ll

ସଭ୍ୟତାର ପାହାଚକୁ କରି ଅତିକ୍ରମ 
ପଛରେ ଛାଡି ସବୁ ବ୍ୟତିକ୍ରମ 
ଆଗେଇ ଚାଲିବେ ମା ଭଉଣୀ 
ରାମ ରାଜ୍ୟ ଗଢିବାକୁ କରି ସଂକଳ୍ପ ll


ସଂଗୀତା ନାଏକ 
ରାୟଗଡା