ନାରୀ ବୋଲି ଏ ସଂସାରେ ନାହିଁ ତାର ମାନ
ସମସ୍ତେ କରନ୍ତି ତାକୁ ଘୃଣା ଅପମାନ
ଏ ସଂସାରେ ନାରୀମାନେ ନିଯ୍ୟାତନ ପାଇଁ
ଅନେକ ପ୍ରାଣ ହରନ୍ତି କାପୁରୁଷ ପାଇଁ
ନାରୀ ବିନା ଏ ସଂସାରେ ଅଗ୍ରଗତି ନାହିଁ
ପୁରୁଷ ନାରୀର ଏଠି ଭେଦ ଭାବ ନାହିଁ
ଅନେକ ରୂପରେ ବଣ୍ଣିତ ହୋଇ
ଦୁଇଟି ଅକ୍ଷର ସୀମିତ ଥାଇ
ଇତିହାସ ଆଜି ଯୋଡ଼ି ଦେଇଛି
ବଳିଆର ବୋଲି କହିଦେଇଛି
ସେଇ ଝାନ୍ସିରାଣୀ ଲକ୍ଷ୍ମୀବାଇ
ଇଂରାଜୀ ବିପକ୍ଷ କଲେ ଲଢେଇ
ଏ ସଂସାରେ ନାରୀ ଏକ ଶାନ୍ତିର ପ୍ରତୀକ
ନାରୀ ଏ ସଂସାରେ ପରା ଖାଲି ହନ୍ତସନ୍ତ
ନାରୀ ଏଠି ଆଜିଯାଏଁ ନୁହଁଇ ସ୍ଵାଧୀନ
ସବୁ ବେଳେ ହେଉଥାଏ ଖାଲି ଅପମାନ
ନାରୀକୁ ସଂସାର ଆଜି ବୁଝି ପାରିନାହିଁ
କହେ ତାକୁ ସବୁବେଳେ ଭୋଜ କାହାପାଇଁ
ଜନ୍ମ ଠାରୁ ସେଯେ ଅନ୍ୟ ଉପକାରୀ
ହୋଇଥାଏ ସବୁବେଳେ ଧର୍ମର ସବାରୀ
ଦେବୀ ରୂପ ନେଇ କରେ ପାପର ବିନାଶ
ଝାନ୍ସି ରୂପନେଇ କରେ ଶତ୍ରୁର ବିନାଶ ।
ମନୋଜ କୁମାର ପଟ୍ଟନାୟକ
ରାଳବ (ଗଞ୍ଜାମ)
0 Comments