ନାରୀ ସଶକ୍ତିକରଣ
ନାରୀ ପ୍ରଗତି ନାରୀ ସମୃଦ୍ଧି
ସମାଜର ପ୍ରତି କ୍ଷେତ୍ରେ ସ୍ୱର ଜାଗେ
ନାରୀ ସଶକ୍ତି
ନାରୀ ନିଜେ ହିଁ ତ ଏକ ଶକ୍ତି
ଶକ୍ତିର ପୁଣି ସଶକ୍ତି
ମନରେ ସୃଷ୍ଟି କରେ ଏକ ପ୍ରଶ୍ନବାଚୀ
ଭାବାର୍ଥରେ ଅନୁଭବ ହିଁ କୁହେ ମୋତେ
ଶକ୍ତିର ପୁର୍ନଜାଗରଣ ଭାବ ହିଁ ସଶକ୍ତି
ନାରୀ ନିଜ ସୀମାରେ ଥିବା ପରିସୀମାକୁ
ଧୀ-ଶକ୍ତିରେ ପରିବର୍ଦ୍ଧିତ କରେ
ନିଜ ସୀମା ସରହଦର ଗାର ଉପରେ
ଖୋିଜିଥାଏ ନିଜ ଅସ୍ତିତ୍ୱ
ଘରେ ବାହାରେ ନିର୍ବାହ କରିଥାଏ
ତା'ର ନିପୁଣ ଭୂମିକା
ନା ସେ ଅବଳା ନା ସେ ଦୁର୍ବଳା
ସାଉଁଟିଥାଏ କେବଳ ନିଜକୁ ସକ୍ଷମ ନିମନ୍ତେ
ଭାବାବେଗର ନିବିଡ଼ତା
ଆଉ କିଛି ପ୍ରୋତ୍ସାହନର
ଶୀତଳ ଛାୟା
ନିଜ ଅସ୍ତିତ୍ୱ ଉପରେ କେବେ ସେ
ଆଶ୍ୱସ୍ତ ଲାଭ କରେ
ଏକବିଂଶ ଶତାଦ୍ଧୀରେ ବି ସେ
ନାରୀ ସଶକ୍ତିର ସ୍ୱର ଉତ୍ତୋଳନ କରେ
ତା'କୁ ସମ୍ବଳର ଉତ୍ସ ଦିଅ
ଦେଶର ଅର୍ଥନୀତିର ସେ
ଆଧାର ସାଜିବ
ରାଜନୀତିରେ ସ୍ୱାଧୀନତା ଦିଅ
ସ୍ୱେଛାଚାରିତ ନହୋଇ
ଶୃଙ୍ଖଳାର ଶୃଙ୍ଖଳରେ ରହି
ରାଜନୀତିରେ
ରାମରାଜ୍ଯ ଗଢ଼ିବ
ଅର୍ଥନୀତିର ମାନଦଣ୍ଡ ହେବ
ଗାନ୍ଧୀ ଶିକ୍ଷାରେ
ନାରୀ ଅହିଂସାର ଅବତାର
ନାରୀଶିକ୍ଷାର ଗୁରୁତ୍ୱ ବଢ଼ାଅ
ସମାଜ ସମୃଦ୍ଧ ହେବ
ବିପ୍ଳବୀ ବିହଙ୍ଗ ଭଳି ଡେଣା ଝାଡ଼ି
ଦୂର ଆକାଶକୁ ଲକ୍ଷ୍ଯ ପ୍ରତି
ଦୃଷ୍ଟି ନିକ୍ଷେପ କରିବ
ଗୋପବନ୍ଧୁଙ୍କ ଶିକ୍ଷା ଦର୍ଶନକୁ
ଆଲୋକପାତ କର
ନାରୀକୁ ସମ୍ମାନ ଦିଅ
ଦେବତାଙ୍କ ବାସସ୍ଥାନର ରୂପ ନେବ
ରକ୍ଷଣଶୀଳ ସମାଜରେ
ନାରୀ ସମୃଦ୍ଧି ପାଇଁ ଦିଗ ସୃଷ୍ଟି କର
ସେ ଆତ୍ମବଳରେ
ଆତ୍ମପ୍ରତ୍ଯୟ ସୃଷ୍ଟି କରିବାର
ଆସ୍ଫର୍ଦ୍ଧା ରଖିପାରିବ
ଜାତୀୟ ସାମାଜିକ
ସାଂସ୍କୃତିକ ରାଜନୈତିକ
ଅର୍ଥନୀତି କ୍ଷେତ୍ରରେ
ପରିସୀମା ପରିବର୍ଦ୍ଧିତ କରିପାରିବ
ସମର୍ଥନ କର ସେ
ଅନିଶ୍ଚତାରେ ନିଶ୍ଚିତତା
ଅସମ୍ଭବରେ ସମ୍ଭାବନାଟିଏ ହୋଇପାରିବ
ନାରୀ ସଶକ୍ତିକରଣର ନାରା
ସାର୍ଥକ କରିପାରିବ
ସସ୍ମିତା ଦାସ
ଅଧ୍ଯାପିକା
ଗାୟତ୍ରୀନଗର,ଢେଙ୍କାନାଳ
0 Comments