"ନାରୀ ସଶକ୍ତିକରଣ"
   🎀🎀🎀🎀🎀

ପୁରାଣ କାଳରୁ   ପଞ୍ଚସତୀ  ଠାରୁ
         ରହିଛି ଗାଥା ନାରୀର
ସ୍ୱୟଂସିଦ୍ଧା-ପୁଣି   ନିଜ ଅଧିକାର
        ଜାହିର କରନ୍ତି ସତ୍ୱର  ।

ଝାନ୍ସୀ ରାଣୀ ଗାଥା  ଯୁଦ୍ଧକ୍ଷେତ୍ର କଥା
        ସାହିତ୍ୟ କ୍ଷେତ୍ରରେ
ନାରୀ କବି ପୁଣି   ଲୀଳାବତୀ ଆଦି ବିଦୂଷୀ
ଲକ୍ଷ୍ମୀଙ୍କରା,ମାଧବୀ, ବୃନ୍ଦାବତୀ ଦାସୀ,
       କୁନ୍ତଳା କୁମାରୀ, ରମାଦେବୀ । 

ନାରୀ ଜାଗରଣ - ରାଜନୀତି କ୍ଷେତ୍ରେ
     ନନ୍ଦିନୀ ଶତପଥୀ,
ଇନ୍ଦିରା ଗାନ୍ଧୀ,ଫ୍ରୀଡା, ରମାଦେବୀ । 

ଏଯାଏ ସାମାଜିକ, ରାଜନୀତି କ୍ଷେତ୍ରେ
     ସୁଦୃଢ ରହିଛି ନାରୀଙ୍କ
ସଦ୍ୟ ଉଦାହରଣ ଅଟନ୍ତି ସେ ଗଣ-
ତୁଳସୀ ମୁଣ୍ଡା,ସୁମନ ଝୋଡିଆ,
    ପ୍ରମିଳା ବିଷୋୟୀ ଆଦି  ।

ନାରୀ ସଶକ୍ତି ବଳେ କାର୍ଯ୍ୟ କରନ୍ତି
      ପ୍ରମୁଖ ଭୂମିକା ନେଇ, 
ସାହିତ୍ୟ, କଳା ସଂସ୍କୃତି, ରାଜନୀତି, ଶିକ୍ଷା, ସ୍ୱାସ୍ଥ୍ୟ, ଅର୍ଥନୀତି
ସର୍ବତ୍ର ସ୍ୱୟଂସିଦ୍ଧା ନାରୀ ଆଜି  ।


ନାରୀ ସଶକ୍ତିକରଣ ରେ
         ଉତ୍ଥାନ ନାରୀ ଜାତିର,
ସରକାରୀ କ୍ଷେତ୍ରେ ଅଧୁନା
       ହୋଇଛି ଅନେକ ଯୋଜନା,
ମହିଳା ସମୃଦ୍ଧି,ମିଶନ ଶକ୍ତି
    ସ୍ୱୟଂ ସହାୟିକା ଗୋଷ୍ଠୀ,
ହେଉଅଛି କାର୍ଯ୍ୟ କାରୀ  ।
ବେଟି ବଚାଅ, ବେଟି ପଢାଅ
    ସ୍ଲୋଗାନ୍ ସାଥେ,
          ସୁକନ୍ୟା ସମୃଦ୍ଧି ଯୋଜନା  ।

ନାରୀ ସଶକ୍ତିକରଣ ରେ ଦୃଢ-
  ଜ୍ଞାନ, କୈାଶଳ ଓ ଆତ୍ମନିର୍ଭରଶୀଳ ପାଇଁ
     ଶିକ୍ଷାର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ  । 

ପ୍ରାୟ ଚାଳିଶି ବର୍ଷରୁ ହେଲାଣି ଊର୍ଦ୍ଧ୍ବ
      ବିଶ୍ବ ସ୍ତରରେ-ହୋଇଛି ଘୋଷଣା
ନାରୀ ସ୍ଥିତାବସ୍ଥା-ଜୀବନ ନିର୍ଦ୍ଧାରଣ
ରାଜନୈତିକ,ସାମାଜିକ, ସ୍ୱାସ୍ଥ୍ୟ,
      ଆର୍ଥନୀତିକ, ଆଦି କ୍ଷେତ୍ରେ
ଉପଯୁକ୍ତ ଲକ୍ଷ୍ୟ ସାଧନ ନିମିତ୍ତ
ସର୍ବସ୍ଥାନେ -ସମାନ ଅଧିକାର
ସର୍ବେ ପାଇବେ ସମାନ ସୁବିଧା'ଶିକ୍ଷା'ର  ।

ସରକାରୀ ,ବେସରକାରୀ-ସର୍ବୋପରି
   ନିଜ ପରିବାର,ଘର କୋଣ ଠାରୁ
 କର ନାରୀଙ୍କ ସହାୟତା,
ସରକାରୀ ଯୋଜନା ସବୁ
        ହେଉ ସଫଳ ରୂପାୟନ 
ନାରୀ ହୋଇଲେ ସଶକ୍ତି
           ହେବ ଦେଶର ପ୍ରଗତି  ।

ସରକାର ଯେବେ ଦିଅନ୍ତି ଅନୁମତି
ସ୍ୱାଧୀନ ଭାବେ ବାହାରେ ବିଚରଣ,
ସ୍ୱାଧୀନରେ ନିଜ ମତବ୍ୟକ୍ତ କରିବା,
ନିଜେ ସ୍ୱାବଲମ୍ବୀ ହେବାପାଇଁ ।

ନାରୀ ହୋଇଲେ ସମ୍ପୂର୍ଣ୍ଣ ସଶକ୍ତ
କରିବ ଦମନ ଅବା କରିବ ନିୟନ୍ତ୍ରଣ, ସମାଜରୁ ଅନ୍ୟାୟ, ଅନୀତି
ଦେଶରେ ପ୍ରତିଷ୍ଠା ନିଶ୍ଚେ
              ହେବ ଶାନ୍ତି, ମୈତ୍ରୀ  ।

ସୁସ୍ଥ ସମାଜ ଗଠନରେ ଆମେ
        ସର୍ବେ ହେବା ସହଭାଗିତା,
ନାରୀ, ପୁରୁଷ ଉଭୟେ ମିଳି
      ଆଣିବା ସୁସ୍ଥ-ଶାନ୍ତି ବାରତା,
ନାରୀହୋଇବ ଦୃଢ଼ ସଶକ୍ତି
         ସର୍ବକାର୍ଯ୍ୟେ ହେବ 'ସ୍ୱୟଂସିଦ୍ଧା' ।

କ୍ଷୀରେଶ୍ୱରୀ କିଷାନ
କୁମ୍ଭାର ଡିହି
ସୁନ୍ଦରଗଡ଼