"ନାରୀ ସଶକ୍ତିକରଣ "
*************************
ନାରୀ ଯୋଗୁଁ ସୃଷ୍ଟି ହୋଇଛି ଜଗତ, 
ସେହି ନାରୀ ପାଇଁ ଆମେ ପରିଚିତ ll
ପୃଥିବୀ ପରି ସେ ଅଟେ ସ୍ନେହମୟୀ, 
ପରକୁ ହସାଏ ନିଜେ ଦୁଃଖ ସହି ll
ଅଭିନୟ କରେ ଅନେକ ରୂପରେ, 
ରହିଥାଏ ସଦା ସଭିଙ୍କ ହୃଦୟରେ ll
ସାଜେସେ କା କନ୍ୟା ସାଜଇ ଭଗିନୀ
ପୁଣି ସାଜେ ପତ୍ନୀ କାହାର ଜନନୀ ll
ନିଜ ରକ୍ଷା କରି ରଖଇ  ଧରଣୀ, 
ସାଜିପାରେ ସିଏ ଦୁର୍ଗତିନାଶିନୀ ll
ନାରୀକୁ ଭାବନା ଅବଳା ଦୁର୍ବଳା, 
ସୃଷ୍ଟିକୁ ବିନାଶେ ନାରୀ ଆଖି ଜ୍ୱାଳା ll
ପୁରାତନ  କାଳେ ନାରୀ ଶିକ୍ଷାକୁ, 
ସମାଜହରେ ତା'ର ସୁଖ ସ୍ଵାଚ୍ଛନ୍ଦ୍ୟକୁll
କିନ୍ତୁ ଆଜିକାଲି ଯୁଗ ନାରୀଗଣ, 
ଗଢ଼ି  ପାରିଛନ୍ତି ସଶକ୍ତିକରଣ ll
ନିଜେ ଶିକ୍ଷିତା ହୋଇ ସମାଜ ଗଢେ, 
ତା' ଲାଗି ଦେଶର ପ୍ରାଧାନ୍ୟ ବଢେ ll
ନିଜ ଗୋଡ଼େ ନିଜେ ହୁଅନ୍ତି ଠିଆ, 
ସଲାମ କରେ ତାଙ୍କୁ ସାରା ଦୁନିଆ ll

ଶ୍ରୀଧର ବେହେରା 
ନରସିଂହପୁର, କଟକ