ନାରୀ ସଶକ୍ତିକରଣ

************************
ତୁମେ କାଳୀ,ଦୁର୍ଗା ଭବାନୀ ଅମ୍ବିକା
ଛିନ୍ନମସ୍ତ ମାହେଶ୍ଵରୀ
ତୁମେ ରୂପ ଶାନ୍ତ କାନ୍ତ ଭଗବତୀ
ଜନନୀ, ଭଗିନୀ ପରି ।।୧।।
ତୁମ କୋପାନଳେ ଭୁବନ ଯେ ଜଳେ
ତାଣ୍ଡବ ନୃତ୍ୟେ ତୁମରି
ମହୀଷା ଅସୁର ସୁମ୍ଭ ଓ ନିସୁମ୍ଭ
ଦାନବର ଦର୍ପ ହାରୀ ।।୨।।
ପରନ୍ତ ଅବଳା ତୁମେହେ ଦୁର୍ବଳା
ସର୍ବଂସହା ଧରା ପରି
ଯେବେ ତାତି ଯାଅ ତେବେ ମାତିଯାଅ
ଉଗ୍ର ଭୟଙ୍କର ଧରି ।।୩।।
ଆଜି କିନ୍ତୁ ତୁମେ ଲାଞ୍ଛିତା ବଞ୍ଚିତା
ଦୁରାଚାରୀ ଦୁଷ୍କର୍ମରେ
ସମାଜ ଆଖିରେ ପଣ୍ୟର ସଉଦା
ମୂଲ ଚାଲ ବିକ୍ରି କରେ ।।୪।।
ସରକାର କିନ୍ତୁ ହୋଇଲେ ତ୍ଵରିତ
ଦେବା ପାଇଁ ପୁରସ୍କାର
ଶିକ୍ଷା,ସ୍ଵାସ୍ଥ୍ୟା, ସହ ରାଜନୀତି ପାଇଁ
ସଂରକ୍ଷଣ ଅଧିକାର ।।୫।।
ଚାକିରୀ କ୍ଷେତ୍ରରେ ହେଲେ ଆଗଭର
ପୁରଷ ସମାନ କରି
ନାରୀ ସମାଜର ଶକ୍ତି ବୃଦ୍ଧ କରି
ତାଙ୍କୁ ଶକ୍ତିକରଣ କରି ।।୬।।
ଉଡା ଜାହାଜରୁ ଚନ୍ଦ୍ର ପୃଷ୍ଠ ଯାଏ
ଗଲେଣି ଯେ ଅବତରୀ
ସୈନ୍ୟ ବିଭାଗରେ ମିଳିଲା ସୁଯୋଗ
ପ୍ରତିରକ୍ଷା ହୋଇ ଭରି ।।୭।।
ନାରୀ ଜାତି ପାଇଁ ଉନ୍ନତିର ପନ୍ଥା
ସମସ୍ତ ପ୍ରସ୍ତୁତ କରି
ନାରୀ ସ୍ଵାବଲମ୍ଵୀ ସ୍ଵୟଂ ସହାୟକ
ସ୍ଵତନ୍ତ୍ରତା ଦେଲେ ଭରି ।।୮।।
ନାରୀର ଉନ୍ନତି  ଦେଶର ଉନ୍ନତି
ପ୍ରଗତି ହେବ ଦେଶର
ନାରୀ ଅପମାନ ଅବା ଅସମ୍ମାନ
ଉଜୁଡି ଯିବ ସଂସାର ।।୯।।
ନାରୀ ଯେଉଁ ଠାରେ ପୂଜା ପାଉଥାଏ
ଦେବତା ଖୁସି ସେଠାରେ
ନାରୀ ହେଲେ ଦୀନ ହୀନ ଅପମାନ
ଅଶାନ୍ତି ଉପୁଜେ ବାରେ ।।୧୦।।
**************************

ଅଜିତ କୁମାର ତ୍ରିପାଠୀ (ଶିକ୍ଷକ )
ଗ୍ରାମ/ପୋଷ୍ଟ - କୁଲାଡ଼,ଭଞ୍ଜଭୂମି,
ଭଞ୍ଜନଗର,ଗଞ୍ଜାମ - ୭୬୧୧୩୧
ଭ୍ରାମ୍ୟଭାଷ - ୯୪୩୮୧୮୯୯୪୮
*************************