ଦେଶ ଗଢିବାକୁ ଯେତେ ଯୋଜନା
ହେବକି ସଫଳ' ନାରୀ ' ର ବିନା !
ତା' ସୁରକ୍ଷା ପାଇଁ ଯେତେକ ଧାରା
ଜୀବନ ସୁର ରେ ସବୁ ବେସୁରା ।।
ଦେଶ -ଜନ ହିତେ ଲଗାଇ ନାରା
ନାରୀ ପ୍ରଗତି କି ହୋଇବ ପୁରା ।।
ଜାତି ବର୍ଣ୍ଣ ନାମେ ବାଜେ ନାଗରା
ନାରୀ ଓ ପୁରୁଷ ସମାନ ପରା !
ଯେତେ ସ୍ୱପ୍ନ ତାଆ ଆଖିରେ ଭରା
ସୁଯୋଗ ପାଇଲେ ହୋଇବ ପୁରା ।।
'ନାରୀ' ଟି ସମ୍ମାନ ଯେବେ ପାଇବ
ଦେଶର ପ୍ରଗତି ତେବେ ହୋଇବ ।।
ଉଚ୍ଚ ନିଚ୍ଚ ଯେତେ ସମାଜ ଧାରା
ହଟାଅ ତାହାକୁ ମୂଳରୁ ପରା ।।
'ଝିଅ ' ତ ଆକାଶେ ଉଜ୍ଜ୍ବଳ ତାରା
ପାସୋରି ନଦିଅ ମନରୁ ପୁରା ।।
କରୁଥାଅ ଯେତେ ତୁମେ ଯୋଜନା
ହେବ କି ସଫଳ ନାରୀ-ସଶକ୍ତି ବିନା .....??
ସମୟ ଆସିଛି ବୁଝିବା ପାଇଁ
ନହେଲେ ରହିବା ବିଶ୍ୱେ ପଛୁଆ ହୋଇ....!!
ସମାଜ କଲ୍ୟାଣ ବିଶ୍ୱର ହିତେ
ସଶକ୍ତ କରାଅ ତାକୁ ତୁରିତେ।।
ଇତିହାସ ଏବେ ଗାଉଛି ଗାଥା
ଗାର୍ଗୀ, ମୈତ୍ରେଇ ,ଲୋପାର କଥା।।
ଜାଗ୍ରତ ହୁଅରେ ମାନବ ଜାତି
ହଟାଅ ସମାଜୁ ପୁରୁଣା ରୀତି।।
ଗଗନ ବତାସ ଅବନୀ କହେ
ନାରୀ ବିନା ଆମ ସୃଷ୍ଟି କି' ରହେ ?
ଅତ୍ୟାଚାର ଆଉ ହିଂସାର ନିତି
ହଟାଅ ଏହାକୁ ମନରୁ ପୋଛି।।
ତେବେ ଯାଇ ଦେଶ ଆଗେ ବଢିବ ,
ଅଜ୍ଞାନଅନ୍ଧାରଦୂର ହୋଇବ ।।
ସାଧନା ପଣ୍ଡା
ଭୁବନେଶ୍ୱର
Mob 8093806066
0 Comments