ନାରୀ
**********

ତୁମ ପାଇଁ  ପୃଷ୍ଠା ଟିଏ ,ବାକ୍ୟ, ପରିଚ୍ଛେଦ,ବହି କି ଶବ୍ଦ ଟିଏ ଲେଖିବା ପାଇଁ ଘଣ୍ଟା ଘଣ୍ଟା ଲେଖନୀ, କଲମ,ଦୁଆତ  ଧରି ତାରା ,ଜହ୍ନ, ଘାସ, କାକର ସଭିଙ୍କୁ ପଚାରି ପଚାରି ଅକ୍ଷର ଟିଏ ବି ପାଇଲିନି।
ଭାବିଲି ଲେଖିବା ଛାଡି କହିବା ଶିଖିବି ।।
ଏଥର ତୁମ ପାଇଁ ଭାବ,ଭାବାର୍ଥ ,ଭାଷା ଟିଏ
ଅବ୍ୟକ୍ତ ଅବା ପରିବ୍ୟାପ୍ତ
ଶବ୍ଦ, ଭାଷା, କି ଭାବ ଟିଏ
ଅଧର ର ବନ୍ଧନ ଡେଇଁ  ଆସିଲାନି
ବିସ୍ମିତ ହେଲି କାହିଁ କାହିଁ ବୋଲି ।।
ଭାବିଲି ଲେଖିବା ,କହିବା କିଛି ତ ପାରିଲିନି
ହଠାତ୍ ତୁମେ ସାମ୍ନା ରେ ଉଭା ହେଲ
ଆଖି ରେ ତୁମରି କି ଆକର୍ଷଣ ଥିଲା କେଜାଣି
ତୁମେ ମୋ ପାଇଁ କହିବା, ଲେଖିବା ପାଇଁ ସବୁ
ଉପାଦାନ ଏକାଠି କରିଲ ।।
ମୋ ହାତ ଧରି
ମୋ ଭିତର ର ସବୁ କୁ ତୁମେ ଆରେଇ ନେଲ
ଆଉ "ମୁଁ "ମୁଁ ନଥିଲି
କହିବା, ଲେଖିବା ର ଆବଶ୍ୟକତା ହି ନଥିଲା
ଚୁପ୍  ରହିବାରେ,
ସମର୍ପିତ ହେବା ରେ
ତ୍ୟାଗ ରେ
ସ୍ଵର୍ଗୀୟ ଆଭା ରେ
,ଆନନ୍ଦ ର ଆଲୋଡନ ରେ
ଦିବ୍ୟତା ର ଆଲିଙ୍ଗନ ରେ
ତୁମେ ଯେବେ ମୋତେ ଆପଣେଇ ନେଲ
ଗୁରୁ ମା,ବୋଉ,ବୋହୁ, ଝିଅ, ମା,ମମତା,ଭଉଣୀ,ଭାଉଜ
ଶାଶୁ,ସାଙ୍ଗ, ନଣନ୍ଦ, ସଙ୍ଗାତ,ବଉଳ, ମକର,ଅଭଢା, ତୁଳସୀ ,ଝିଅ
ଆହୁରି ଅସରନ୍ତି କେତେ ନାଁ ର କେତେ କଣ
ସବୁଠାରୁ ମୁଁ ଆଉ ଶବ୍ଦ କି ଭାବ କିଛି ଖୋଜିଲିନି
ତୁମେ ଅଛ,
ତୁମେ ଥିବ,
ତୁମେ ହିଁ ଥିଲ
ଅନୁଭବ ରେ କେବଳ ଅନୁଭବ ରେ ।
ତୁମେ ହିଁ ନାରୀ

ଲୋପାମୁଦ୍ରା ପରିଡା 

ବାଙ୍ଗାଲୋର
ମୋ: ୯୭୩୧୦୫୭୦୧୪