ନାରୀ ସଶକ୍ତିକରଣ
ନାହିଁ ଅରି ଯାହାର ସେ ପରା ନାରୀ
ତେବେ କାହଁକି ତା'ର ଏତେ ରିପୁ ?
ତାକୁ ଜୀଅନ୍ତା ଜାଳି ଦିଅନ୍ତି
ଯୌତୁକର ଯୂଇରେ
ଦୁନିଆର ଆଲୋକ ଦେଖିବା ଆଗରୁ
ଜଘନ୍ଯ ଭାବରେ
କନ୍ଯା ଭୃଣହତ୍ୟା କରାଯାଏ
ଏସିଡ୍ ଫିଙ୍ଗି ତା'ମୁହଁଟାକୁ
ବିଭତ୍ସ କରି ଦିଆଯାଏ
ରାସ୍ତାଘାଟରେ ତା' ମାନସମ୍ମାନକୁ
ନିଲାମ କରାଯାଏ
ଖବରକାଗଜ ପତ୍ର ପତ୍ରିକା
ସିନେମା ଯାତ୍ରା ସବୁଥିରେ
ତା'ର ନଗ୍ନ ଫୋଟୋ ସ୍ଥାନ ପାଏ ?
ତୁମେ କ'ଣ ଶୁଣିନାହିଁ
ଅତୀତର ସେହି
ମହାଭାରତ ଯୁଦ୍ଧରେ
ଦ୍ରୌପଦୀଙ୍କୁ ଅପମାନିତ
କରିବାର ଫଳ
କୁରୁ ବଂଶ ଧ୍ବଂସ
ମୃତ୍ୟୁର ତାଣ୍ଡବଲୀଳା ଆଉ
ଦୁଃଶାସନର ରକ୍ତରେ
ମୁକ୍ତ କେଶୀ କୃଷ୍ଣାର
କେଶ ପ୍ରକ୍ଷାଳନ ।
ପୁଣି ତ୍ରେତୟା ଯୁଗର
ସେହି ରାମାୟଣରେ
ସତୀ ସାଧ୍ଵୀ ଶିରୋମଣି
ଦେବୀ ଜାନକୀଙ୍କ
ଅପମାନର ପ୍ରଜ୍ବଳିତ କୋପାନଳରେ
ରାବଣର ଧ୍ବସ୍ତ ବିଧ୍ବସ୍ତ ସ୍ବର୍ଣ୍ଣଲଂକା
ଆଉ ମୃତ୍ୟୁର ବିଭୀଷିକା ।
ଏ ସବୁଥିରୁ କ'ଣ ପାଉନାହଁ ଶିକ୍ଷା ?
ନାରୀର ସମ୍ମାନ ଆଉ ସୁରକ୍ଷା
ମନେ ମନେ ନିଅ ଏହି ଦୀକ୍ଷା
ନାରୀର ରକ୍ଷା ଦେଶର ରକ୍ଷା ।
--------------------
ଡକ୍ଟର ସଂଜୀବ କୁମାର ପାଣିଗ୍ରାହୀ, କୋଷ୍ଠା, ମୟୂରଭଞ୍ଜ ଫୋନ୍ ନମ୍ବର -୯୪୩୮୪୭୦୦୨୭
0 Comments