ନାରୀ ସଶକ୍ତିକରଣ    
*****************************
କେଉଁ ଦୃଷ୍ଟିରେ ଦେଖିବି ତୁମକୁ ନାରୀ?
ତୁମେ ସତୀ ନା ବିଭ୍ୟାଚାରୀ,
ତୁମେ ଶକ୍ତି ନା ଦୁର୍ବଳା ଭାରୀ
ନା ତୁମେ ଫୁଲ ପରି କୋମଳ
ନା ପିନ୍ଧି ବି ପାର ରକ୍ତ ଜୁଡୁବୁଡୁ ମୁଣ୍ଡ ମାଳ।୧
କେମିତି ଜାଣିବି ତୁମେ କ'ଣ ନାରୀ?
ତୁମକୁ ତ ଦେଖିଛି
ବହୁରୂପୀ ପୁରୁଷର ପ୍ରସାରିତ ବାହୁରେ
ଫୁଙ୍ଗୁଳା ଦେହରେ।
ତୁମକୁ ହିଁ ତ ଦେଖିଛି
ନୃଶଂସ ଦାନବଙ୍କ ଗଣରେ
ସୁନା ପରି ଚିକ୍ ମିକ୍ କର
ସତୀ ବୃନ୍ଦାବତୀ ଓ ମନ୍ଦୋଦରୀ ରୂପରେ।୨
ତୁମେ ହିଁ ତ ଜଳିଛ
ନିର୍ଦ୍ଦୋଷରେ ଅହଲ୍ୟା ପରି ଅଭିଶପ୍ତା ହୋଇ
ପୁଣି ଦେଖିଛି ତୁମକୁ
କେତେ ଶକ୍ତି ସାହସ ରୁପରେ
କିରଣ ବେଦୀ ଓ କଳ୍ପନାଙ୍କ ପରି।୩
ଏତିକି ଜାଣିଛି ତୁମ ପରିଚୟ
ତୁମେ ଗୋଟେ ନାରୀ
ତୁମେ ଲକ୍ଷ୍ମୀ,ତୁମେ ସରସ୍ବତୀ
ତୁମେ ହିଁ ତ ଜୀବନ୍ତ ଦୁର୍ଗା,କାଳୀ।
କାହିଁକି? କାହିଁକି ବସି ଯାଇଛ 
ମଉନେ ମଉନାବତୀ...
ଦର୍ଶାଅ ତୁମର ଅଗ୍ନରୁପ ଏ ସମାଜକୁ
ଜଳାଅ ଦାବାନଳେ ଅନ୍ୟାୟକୁ
ତୁମେ ହିଁ ତ ଆରାଦ୍ଧ ଏ ସୃଷ୍ଟିର
ଭରିଦିଅ ପ୍ରତିମନେ ଶୀତଳ ଜୋଛ୍ନା।୪
ଉଠ ନାରୀ,ଉଠ,
ଜାଗ୍ରତ ହୁଅ,
ତୁମେ ଯେ ବିନାଶକାରୀ ଲାଭାକନ୍ୟା
ହୂଦୟଙ୍ଗମ କରୁ ଏ କୁସଂସ୍କାର ଭରା ସମାଜ
ତୁମ ଜନ୍ମ ନୁହେଁ ଦଳିଚକଟି ହେବାକୁ
ତୁମ ମନ ନୁହେଁ ଶିକୁଳିରେ ବାନ୍ଧି ହେବାକୁ,
ତୁମେ ବି ବାଧ୍ୟ ନୁହେଁ କୁପୋଷଣର 
ଏକ ବାଧ୍ୟ କନ୍ୟା
ଏକ ବାଧ୍ୟ ବଧୂ
ଏକ ବାଧ୍ୟ ଜାୟା
ମଧ୍ୟ ହେବାକୁ।୫
ହେ ନାରୀ,
ଆଜିର ଏ ସଶକ୍ତିକରଣ ଯୁଗରେ
ତୁମେ ବଞ୍ଚିବ ଅଧିକାର ସାବ୍ୟସ୍ତ କରି
ତୁମେ ଲଢିବ ବୀରାଙ୍ଗନା ପରି
ତୁମେ ପଢିବ ମେଧାବୀନି ପରି 
ତୁମେ ଜିତିବ, ନିଶ୍ଚୟ ଜିତିବ
କାରଣ,
ଜିତିବାର ସାମର୍ଥ୍ୟ ତୁମ ପାଖେ ଅଛି।
ବଞ୍ଚିବାର ଅଧିକାର ତୁମର ଅଛି।୬

ଶ୍ରମତି ସୁଚିଶ୍ମିତା ପଣ୍ଡା 
ରାଉରକେଲା