ନାରୀ ସଶକ୍ତିକରଣ
ନାରୀର ସଶକ୍ତିକରଣ ପାଇଁକି
ସତେ ଯଦି ଆଜି ସର୍ବେ ଆତୁର
ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୁପଣ
କରିବନି ବୋଲି ଶପଥ କର
କନ୍ୟା ଭୃଣ ହତ୍ୟା କରିବନି କେବେ
ସେ ପରା ସାଜିବ କନ୍ୟାରତନ
ଡଷ୍ଟବିନ୍ କୁ ଫିଙ୍ଗି ଦେବ ନାହିଁ
ଜନ୍ମପରେ ଦେଖି କନ୍ୟାସନ୍ତାନ
ପୁଅଝିଅ ଭେଦଭାବ କରନାହିଁ
ଅବା କରନି ପାତରଅନ୍ତର
ଶିଶୁ କନ୍ୟାଟିଏ ସାମନା ନକରୁ
କେବେ ଲିଙ୍ଗଗତ ବିଷମତାର
ପୁଅ ସାଥେ ଝିଅ ପାଠପଢି ଯାଉ
ନାରୀଶିକ୍ଷାର ହେଉ ପ୍ରସାର
ପରଗୋତ୍ରୀ ପରଧନ ପରଘରୀ
କହି ତାକୁ କରନା ହତାଦର
ବେଟି ବଞ୍ଚାଅ ବେଟି ପଢାଅ
ସରକାରଙ୍କର ଯୋଜନା ଇଏ
ଉଡାନ୍ ସାଥିରେ ସୁକନ୍ୟା ସମୃଦ୍ଧି
ଯୋଜନା ଟି କରିଛନ୍ତି ତ ସିଏ
ଅନ୍ଧବିଶ୍ୱାସର ଅର୍ଗଳି ଭିତରୁ
ନିଜକୁ ଯଥାଶୀଘ୍ର ମୁକୁଳାଅ
ବାଲ୍ୟବିବାହକୁ ବନ୍ଦ କରି ତାକୁ
ମହାବିଦ୍ୟାଳୟେ ପାଠ ପଢାଅ
ନିଜର ସୁରକ୍ଷା କରିବ ସେ ନିଶ୍ଚେ
ଶିଖାଅ ଆତ୍ମରକ୍ଷାର କୌଶଳ
ଚାରିକାନ୍ଥ ମଧ୍ୟେ ଆବଦ୍ଧ ନ ରଖି
କର ତାକୁ ଆତ୍ମନିର୍ଭରଶୀଳ
ବାପା ଦାଦା ଭାଇ ଯେତେକ ପୁରୁଷ
ଦେଖାଅନି ତୁମ ପ୍ରପଞ୍ଚପଣ
ତୁମରି ତୀକ୍ଷ୍ଣ ପ୍ରଶ୍ନବାଣରେ
ନାରୀକୁ କରନି ଲହୁଲୁହାଣ
ନାରୀକୁ ନକର ଅବହେଳା ପୁଣି
କରନାହିଁ କେବେ ପକ୍ଷପାତିତା
କର୍ମକ୍ଷେତ୍ରରେ ବି ପୁରୁଷ ପରାଏ
ନାରୀକୁ ମିଳୁଥାଉ ନିରାପତ୍ତା
ଲାଞ୍ଛନା ତାଡନା ଧର୍ଷଣ ଶୋଷଣ
ଦୁଷ୍କର୍ମ ଆଉ ଯୌନ ଉତ୍ପୀଡନ
ଯୌତୁକଜୁଇରେ ଜଳି ନ ଯାଉରେ
ନିରୀହା ନାରୀର ସବୁସପନ
ନାରୀ ହରଣରେ ରାମାୟଣ ପୁଣି
ନାରୀ ଅସମ୍ମାନେ ମହାଭାରତ
ନାରୀର ଉତ୍ଥାନ ପାଇଁକି ସଭିଏଁ
ଲାଗିପଡ ହାତେ ମିଶାଇ ହାତ
ନାରୀର ଉନ୍ନତି ପାଇଁ ସରକାର
ଗଢିଛନ୍ତି ଆଇନକାନୁନ
ସବୁଆଡେ ସଂରକ୍ଷଣ କରିଛନ୍ତି
ଚାକିରୀ କ୍ଷେତ୍ର ଅବା ନିର୍ବାଚନ
ଗ୍ରାମ ମହିଳାଙ୍କ ଉନ୍ନତି ପାଇଁକି
ସ୍ୱୟଂ ସହାୟକ ଦଳଗଠନ
ଗୌରବ ସମ୍ମାନ ଫେରାଇଦେବାକୁ
କାର୍ଯ୍ୟକରେ ମହିଳାକମିଶନ
ଯେତେ ଅହଂ ଭାବ ମନରେ ରଖିଛ
ସେସବୁକୁ ତମେ ଏବେ ଦୂରାଅ
ନାରୀ ପ୍ରଗତିରେ ବାଧା ନ ଦେଇକି
ନାରୀ ଉନ୍ନତିରେ ମନ ଲଗାଅ
ନାରୀଟିଏ ଯେବେ ସମାଜ ଭିତରେ
ଭାବିନବ ନିଜକୁ ସୁରକ୍ଷିତ
ସେତେବେଳେ ଆପେ ନିଶ୍ଚେ ବଢିଯିବ
ପୁରୁଷଜାତିର ମାନମହତ
ସୌଭାଗ୍ୟବତୀ ଗିରି
କେନ୍ଦ୍ରାପଡା
0 Comments