ନାରୀ ସଶକ୍ତିକରଣ
===========
ଦେଶଶ ପ୍ରଗତିର ବଡ ଅଂଶୀଦାର
ମହିଳା ସଶକ୍ତିକରଣ,
ସାମାଜିକ ଅର୍ଥନୈତିକ ସୁରକ୍ଷା
ସସମ୍ମାନେ କର ପ୍ରଦାନ ll
ଜନସଂଖ୍ୟାର ଅର୍ଦ୍ଧେକ ମହିଳା
କରି ସାମଗ୍ରିକ ବିକାଶ,
ସୁରକ୍ଷିତ ନାରୀ ଆତ୍ମନିର୍ଭରେ
ବଢାଇ ଦେଶ ମାନ ଯଶ ll
ପରିବାର ସହ କର୍ମକ୍ଷେତ୍ର ସ୍ଥଳେ
ଆଗୁଆ ରଖି ତାଳମେଳ,
ଦ୍ୱନ୍ଦ ବାଧା ବିଘ୍ନ ଦଳି କୁହେ ସେ
ମାଆ, ମୁଁ ଅମୃତ ମୋ କୋଳ ll
ଅଶିକ୍ଷା କୁଶିକ୍ଷା ଯୌତୁକ ପ୍ରଥା
ଯୌନ ପୀଡା ବାଲ୍ୟ ବିବାହ,
ସଂଘର୍ଷେ ବଞ୍ଚୁଛି ଜୀବନକୁ ନେଇ
ପ୍ରଚ୍ଛଦ ତାର ଦୁର୍ବିସହ ll
ଶିକ୍ଷା ସ୍ୱାସ୍ଥ୍ୟ ସଙ୍ଗେ ସ୍ୱାବଲମ୍ବୀ ହେବା
ନାରୀର ମୌଳିକ ଅଧିକାର,
ବଞ୍ଚିତ କରିବା ଅପରାଧ ଏହା
ନାରୀ ଶୋଷଣର ଶିକାର ll
ପୁରୁଷ ସମାଜ, ବଦଳାଇ ଦିଅ
ତୁମ ହୀନ ମାନବିକତା,
ନାରୀ ଆଉ ଏବେ ଅବଳା ନୂହେଁ
ସାଜି ପାରିବ ଦୂର୍ଗା ମାତା ll
କନ୍ୟା ଭୃଣହତ୍ୟା ଶୋଷଣେ ଶୋଷିତା
ନାରୀ ମାଗେ ଆଜି ସମ୍ମାନ,
ବଦଳିଛି ଯୁଗ ବଦଳୁ ପୁରୁଷ
ନାରୀ ପ୍ରତି ହୁଅ ସମ୍ବେଦନ ll
ଜନନୀ ସୁରକ୍ଷା ମମତା ଯୋଜନା
ସ୍ଵୟଂ ସହାୟକ ଗୋଷ୍ଠୀରେ,
ବେଟି ବଚାଓ ବେଟି ପଢାଅ
ନାରୀ ସଶକ୍ତି ସାଧନରେ ll
ସମାଜ ଦର୍ଶନେ ନାରୀ ମୁଖ୍ୟ ଅଙ୍ଗ
ମହିଳା ସୁରକ୍ଷା କବଚ,
ନିଜ ଶିଙ୍ଗରେ ମାଟି ତାଡ଼ି ବଞ୍ଚ
ପରିବର୍ତ୍ତନର ଆଲୋକ ll
======@======
ଅଶୋକ କୁମାର ପ୍ରଧାନ
ତର୍କାବେଡା, କଡଲା
ଜିଲ୍ଲା - ଢେଙ୍କାନାଳ
ମୋ - 9556666355
Email - ashok80pradhan@gmail.com
0 Comments