ନାରୀ ସଶକ୍ତିକରଣ
ପୂଜନୀୟ ନାରୀଗଣ
କିମ୍ପା ହୁଅ ଅସହାଃୟ,
ତୁମ ପାସେ ଅଛି ପରା
ସହସ୍ର ଶକ୍ତି ଆଧାର ?
ମାତା ରୂପେ ସୃଷ୍ଟିକର୍ତ୍ତା
ସନ୍ତାନ ସନ୍ତାପହାରୀ,
ସର୍ବ ଶକ୍ତିମାନ ହୋଇ
କିମ୍ପା ହୁଅ ଅସହାଃୟ ?
ସମାଜକୁ ଦେଇଥାଅ
ନୂତନ ଆଶା କିରଣ ,
ତୁମ ପାସେ ଅଛି ପରା
ସହସ୍ର ଶକ୍ତି ଆଧାର ?
ଭଗ୍ନୀରୂପେ ସଂସାରରେ
ଭ୍ରାତାର ହରିଚନ୍ଦନ,
ସର୍ବ ଶକ୍ତିମାନ ହୋଇ
କିମ୍ପା ହୁଅ ଅସହାଃୟ ?
ଜାଗି ଉଠୁ ଦିବ୍ୟଶକ୍ତି
ଦୃଷ୍ଟଙ୍କ ହେଉ ବିନାଶ,
ତୁମ ପାସେ ଅଛି ପରା
ସହସ୍ର ଶକ୍ତି ଆଧାର ?
ପତ୍ନି ରୂପେ ସମାଜର
ତୁମେ ହିଁ ପାଳନକର୍ତ୍ତା,
ସର୍ବ ଶକ୍ତିମାନ ହୋଇ
କିମ୍ପା ହୁଅ ଅସହାଃୟ ?
********************
ନାମ- ଚନ୍ଦ୍ରଭାନୁ ପ୍ରଧାନ
*ବୃତ୍ତି- ଶିକ୍ଷକ
(ସେଣ୍ଟ ଜାଭିୟର ଉଚ୍ଚ ବିଦ୍ୟାଳୟ, ଚଣ୍ଡିଖୋଲ)
*ଗ୍ରା/ପୋ- ଶକୁନ୍ତଳାପୁର
* ଭାୟା-ନୂଆ ସୂଙ୍ଗୁଡା
* ପିନ୍- ୭୫୪୨୯୬
* ଜିଲ୍ଲା- ଯାଜପୁର
*ଦୂରଭାଷା- ୭୯୭୮୫୦୬୫୩୨/ ୯୦୯୦୬୮୪୨୧୯
0 Comments