ଧନ୍ଯ ତୁମେ ନାରୀ ଦୁର୍ଗା ଅବତାରୀ
ଜନମିଛ ଧରା ତଳେ,
ସାରା ଦୁନିଆକୁ ସୃଷ୍ଟି କଲ ହାତେ
ତୁମରି ଶକତି ବଳେ ।।

ଦଶ ମାସ ଦଶ ଦିନ ଗରଭରେ
ଦେହରେ ତୁମର ବୋହି,
ଜୀବନର ଯୁଦ୍ଧେ ବାଟ ଚାଲୁଥାଅ
ଦୁଃଖ ଯାତନାକୁ ସହି ।।

କେବେ ମାଆ ରୂପେ ପୁଣି କେବେ ପତ୍ନୀ
ଆଉ କେବେ ତ ଭଗିନୀ,
ଯୁଗେ ଯୁଗେ ତୁମ ବାନା ଉଡୁଥାଉ
ମାଁ ଗୋ ଜଗତ ଜନନୀ ।।

ଲକ୍ଷ୍ମୀବାଇ ସାଜି ଶତ୍ରୁ ସଙ୍ଗେ ଲଢ଼ି
ଦେଶ ପାଇଁ ଦେଲ ପ୍ରାଣ, 
ତୁମରି ମହିମା ଏ ସାରା ଜଗତ
ସଦା କରୁଥିବ ଗାନ ।।

ସତୀ ସୀତା ହୋଇ ସତ୍ୟକୁ ଆଦରି
ଦେଲ ଯେ ଅଗ୍ନି ପରୀକ୍ଷା,
ପତିବ୍ରତା ସାଜି ସେବାକୁ ଆଚରୀ
ଜଗତକୁ ଦେଲ ଶିକ୍ଷା ।।

କୁରୁସଭା ତଳେ ବସ୍ତ୍ରକୁ ହରାଇ
ସହିଥିଲ ଅପମାନ,
ତୁମରି ବଳରେ ଭୀମଙ୍କ ହାତରେ
ନାଶଗଲା ଦୁର୍ଯ୍ୟୋଧନ ।।

ନାଦିଆ ମୁରାଦ୍, କଳ୍ପନା ଚାୱଲା
ରଖି ଯାଇଛନ୍ତି ନାମ, 
ପିଟି ଉଷା, ପିଭି ସିନ୍ଧୁ ଓ ମଲାଲା
ସଭିଙ୍କୁ କୋଟି ପ୍ରଣାମ ।।

ଶାନ୍ତ ଗହିର , ସିର୍ଜାପାଲି,କେସିଙ୍ଗା, କଳାହାଣ୍ଡି