ନାରୀ ଗୋଟିଏ ଶବ୍ଦର ପ୍ରୀତି ଝରା ଅର୍ଥ
ପ୍ରେରଣା ଦାୟିନୀ ଶକ୍ତି ସ୍ବରୂପିଣୀ,
ପ୍ରଗତି ର ଅଟେ ପ୍ରତୀକ।
ନାରୀ କେତେବେଳେ ସୃଷ୍ଟି ସର୍ଜନାର ସୃଜନୀ
ଆଉ କେତେବେଳେ ବିଶ୍ଵ ପ୍ରଳୟକାରିଣୀ
ରାତ୍ରେ ଅନ୍ଧକାର,ଦିବାରେ ଆଲୋକ
କେତେବେଳେ ଗର୍ଭ ଧାରଣୀ।।

ନାରୀ ନୂତନ ଆଶାର ସଂଚାର
କେତେବେଳେ ସେ ପାପିକୁ ବିନାଶେ,
କେତେବେଳେ ସେ ରବିର ରକ୍ତିମ କିରଣ।
କେବେ ପୁଣି ଦୁଃଖ ହାରିଣୀ
ସେ ସୃଷ୍ଟିକାରୀ, ସେ ପାଳନକାରୀ,
ସେ ସ୍ବୟଂସହା ସର୍ବଦା
କେବେ ପୁଣି କାହ୍ନୁ ଯଶୋଦା
କେବେ ସେ ଦୈାପଦୀ, କେବେ ରାମାୟଣେ ସୀତା
ଢ଼ାଳି ଦିଏ.....ସ୍ନେହ ମମତା
ସେ ଜଳନ୍ତା ଦୀପର ସଳିତା
କିଏ କହେ ତାକୁ ବେଶ୍ୟା ବାରାଙ୍ଗନା
କିଏ କହେ ପୁଣି ସ୍ବାତୀ ଶାମୁକାର ମୁକ୍ତା।।

ଘରକୁ ଘରଣୀ ସୁନ୍ଦର, ନାରୀ କୂଟିରକୁ କରେ ମନ୍ଦିର
ସଭିଙ୍କୁ ଘୋଡାଏ ତା ପଣତ କାନିରେ
ହୋଇ କର୍ତ୍ତବ୍ୟ ପରାୟଣ
ନାରୀ ସକଳ ଶକ୍ତିର ଆଧାର।
କନ୍ୟା,ମାତୃ, ଭଗିନୀ ସାଜେ ପୁଣି ଶଯ୍ୟା ସଙ୍ଗିନୀ
କେବେ ଦୁର୍ଗତିନାଶିନୀ
ପୁଣି କାହାର ପ୍ରେମିକା,କଉ ନାୟକର ନାୟିକା
ସଭିଏଁ କହନ୍ତି ତାକୁ ଦୁହିତା ସେ ଦୁଇ କୁଳର ହିତା।।

ନାରୀ ପାଇଁ ସୃଷ୍ଟି ଜଗତ,ଆଜିବି ନାରୀ ଦଳିତା
ଲାଞ୍ଛିତା ଅବହେଳିତା
ଦୁନିଆକୁ ସେ ଆସିବା ପୂର୍ବରୁ ହୋଇଥାଏ ତା'ର ହତ୍ୟା।
ରକ୍ଷା କରିବାକୁ.....ଭୃଣ ଜୀବନ
ଗଢ଼ି ଉଠିଛି ନାରୀ ସଶକ୍ତିକରଣ
ନାଶ ହୋଇବେ ପାପି ଅସୁର,
 ବଧ ଯେପରି ମହିଷାସୁର।
ନାରୀ ପିନ୍ଧିଛି ବିଜୟ ଟିକା,ବୁଲିଛି ଦେଶ ବିଦେଶ
ହେବାକୁ ଉଚ୍ଚ ଶିକ୍ଷିତା
ନାରୀ ସ୍ନେହମୟୀ ଝରଣା
କେ କରିବ ତା'ର ତୁଳନା
ସୁଝିକେ ପାରିବ ତା ୠଣ 
ମହାନ ଅଟେ ତା' ଜୀବନ।।

ରଶ୍ମିତା ମହାପାତ୍ର
ବରପଦା,ଭଦ୍ରକ