ନାରୀ ସଶକ୍ତିକରଣ
ବୁଢୀଶାଶୂଙ୍କୁ ବ୍ଯବହାର ଛାରଖାର
ବିଧବା ନଣନ୍ଦ ଉପରେ ଗରଗର
ବେକାରୀ ଦିଅର ଉପରେ ଅନେକ ରାଗ
ସାନ ନଣନ୍ଦ ଉପରେ କାହିଁ କେତେ ବାଦ।।।
ସ୍ୱାମୀଟି ବିଚରା ରହେ ଭାରି ନିରବ
ପତ୍ନୀ ଅଛନ୍ତି ହୋମଗାର୍ଡ ଦିଦି ତ
କହନ୍ତି ବେଶୀ ବକବକ ହେଲେ
ଖାଇବ ଚଉଦ୍ଵାରରେ ଡାଲିପାଣି ଭାତ ଆଉ।।
ଚାକିରୀ ଛାଡ଼ି ଘରେ ବସିଛ ତମେ
ମୁହଁ ଫୁଟାଣି ଦେଖାଅନା ଆଉ
ମୋ ଯୋଗୁଁ ଖାଉଛ ତମେମାନେ ସବୁ
ନାରୀ ସଶକ୍ତିକରଣ ଯୁଗରେ ମୁଁ ଚାକିରିଆ ବୋହୂ।
&&&&&&&&&&&&&&&&&&
ମାନସ ରଞ୍ଜନ ଦାଶ
କଣ୍ଟାସାହି, ଶିଶୁଆ, ସାଲେପୁର, କଟକ
0 Comments