ନାରୀ ସଶକ୍ତିକରଣ
***************
ନାରୀ ସଶକ୍ତିକରଣ ଯୁଗ ଆରମ୍ଭି
ଦୂର୍ଗା ରୂପ ଧରି ମହିହିଂସାସୁର ନାସିନୀ
ବିଷ୍ଣୁ ବ୍ରମହଂ ମହେଶ୍ୱ ଦେଲେ ହାତ ଟେକି
ନାରୀ ରୂପୀ ମା' ଆସିଥିଲେ ଦୁର୍ଗା ରୁପ ଧରି ।।
ପୁଣି ଆଜି କାହିଁ ଲୋଡ଼ା ନାରୀ ସଶକ୍ତିକରଣ ପାଇଁ !!
ଲଷ୍ମୀ ମହାମାଇ ସାଗର କୂଳେ ରହିଲେ ଏକାକିନି
ପ୍ରଭୁ ଜଗନ୍ନାଥ ଚାଣ୍ଡାଳୁଣୀ କହି ଦେଲେ ଘଉଡ଼ାଇ
ଭ୍ରାତା ବଳଭଦ୍ର ଜଗନ୍ନାଥ ବୁଲିଲେ ସର୍ବ ହରା ହୋଇ
ଲଷ୍ମୀ ସନ୍ତାଣୀ ଦେଉଳରେ ପ୍ରେବେଶ ପୁନ୍ନ ହେଲା ଯାଇ ।।
ପୁଣି ଆଜି କାହିଁ ଲୋଡ଼ା ନାରୀ ସଶକ୍ତିକରଣ ପାଇଁ !!
ଇଂରେଜ କୁ ଇଞ୍ଚେ ଜମି ଦେଲେ ନାହିଁ ରାଣୀ ଲକ୍ଷ୍ମୀବାଇ
ସ୍ୱାମୀ ବିନା ଏକାକିନି ଲଢ଼ିଲେ ଇଂରେଜ ଆଗରେ ଯାଇ
ସେ ବି ଥିଲେ ଏକ ନାରୀ ରାଜ୍ୟ ଭାର ବୋହି ।।
ପୁଣି ଆଜି କାହିଁ ଲୋଡ଼ା ନାରୀ ସଶକ୍ତିକରଣ ପାଇଁ !!
ଆଜିବି ନାରୀ ସବୁ ପରୀକ୍ଷାରେ ଆଗରେ
ଘର ଚଳେ ନାହିଁ ତା ବିନା କଣ ପାଇଁ
ତଥାବି ଆଜିକା ସମାଜ ରଖେ ଓଢଣା ତଳେ କାହିଁ
ସୃଷ୍ଟିର ଆରମ୍ଭ ଓ ଶେଷ ପରା ତାହାରି ପାଇଁ ।।
କାହିଁକି ପୁଣି ଥରେ ଆଜି ନାରୀ ସଶକ୍ତିକରଣ ଜରୁରୀ ?
ପଦ୍ମାଳୟା ସାମଲ
କେନ୍ଦ୍ରାପଡା
0 Comments