ନାରୀ ସଶକ୍ତିକରଣ *
ସୃଷ୍ଟି ର ଆଦ୍ୟା ନାରୀ ... ସୃଜନ ଅଧିକାରିଣୀ ନାରୀ .... ।
ନାରୀ ସବଂସହା ଜନନୀ , ଭଗିନୀ , ଜାୟା ।
କଲ୍ୟାଣ କାରୀଣି ନାରୀ ଅଟେ ମହାମାୟା ॥
ବୈଦିକ ଜୁଗର ଗାର୍ଗି ,ମୈତ୍ରୀ ,ଲୋପା ମୁଦ୍ରା .... ସେ ଥିଲେ ଜ୍ଞାନରେ ଅନନ୍ୟା .... ।
ବିଗତ ଦିନର ସବୁପ୍ରମାଣ ସ୍ବର୍ଣ୍ଣ ଇତିହାସେ ରହିଛି .. ନାରୀ ସଶକ୍ତି କରଣ ସଦା ଜାଗ୍ରତ ହୋଇଛି ॥ ଜୁଗ ପୁରାତନ ବିତିଛି ... ଆଧୁନିକ ପାଦ ଥାପିଛି । ହେଲେ ନାରୀ ସଦାବେଳେ ନିଜ ସଂଘର୍ଷ ଜାରୀ ରଖିଛି ॥
ଭୂ-ତଳ ଠାରୁ ଆକାଶକୁ ସେ ନିଜ ସାମର୍ଥ୍ୟ ରେ ଯାଇଛି । ପ୍ରତିଟି କ୍ଷେତ୍ରେ ହୋଇ ନିୟଜିତ ..... କର୍ତ୍ତବ୍ୟ କରେ ଉତ୍କୃଷ୍ଟ ॥ ନାରୀ ସେତ ଅପରାଜିତା .... ସର୍ବ ଉଚ୍ଚସ୍ତରେ ପରିଚିତା । ଶିକ୍ଷା,ସଂସ୍କୃତି , କ୍ରିଡା ଅବା ପ୍ରଜୁକ୍ତି .... ପୁରୁଷ ଠୁ ନାରୀ ଅନ୍ୟଥା ନୁହନ୍ତି ।
ନାରୀ ସଶକ୍ତି କରଣ ହେଉଛି ସତ ..... ନାରୀ ର ମୂଲ୍ୟ କେହି ବୁଝେ ନାହିଁ ତ । ସବୁ ବେଳେ ନାରୀ ଲାଂଛିତ ହୁଏ ... ..
ପୁରୁଷ ହାତର ଖେଳନା ସାଜି ଅତ୍ୟାଚାର ଅନ୍ଧକାରେ ହଜିଯାଏ ॥
ଝିଲ୍ଲି କୁମାରୀ ସାହୁ
ଗଞ୍ଜାମ
0 Comments