ନୁହେଁ ମୁଁ ଅବଳା
ନୁହେଁ ମୁଁ ଦୂର୍ବଳା
ନାରୀ ମୁଁ ଶକ୍ତି ସ୍ୱରୂପୀଣି ।
କେବେ ମୁଁ ମାତା
କେବେ ମୁଁ ଭଗ୍ନୀ
କେବେ ପୁଣି ନାରୀ ଅର୍ଦ୍ଧାଙ୍ଗିନୀ ।
କେବେ ମୁଁ ଧରଣୀ
କେବେ ମୁଁ କାଳୀ
କେବେ ପୁଣି ଝାଂଶିରଣୀ।
ମାଆ ହୋଇ ମୁଁ ଯେ
ମମତା ଦିଅଇ ଢାଳି
ଭଗ୍ନୀ ହୋଇ ସ୍ନେହରେ 
ଭରେ ୟେ ହୃଦୟ ପୁଣି 
ଅର୍ଦ୍ଧାଙ୍ଗିନୀ ରୂପ ନେଇ ମୁଁ
ଜଳି ଜଳି ଦିୟେ ଆତ୍ମ ବଳି ।
ଧରଣୀ ପରି ମୁଁ ସର୍ବଂସହା କେବେ
ଦେବୀ ରୂପ ନେଇ କରେ ପାପ ବିନାଶ
ଝାଂଶି ରୂପ ନେଇ କରେ ଶତ୍ରୁ ନାଶ
ୟେ ତ ହେଉଛି ଆମ 
ନାରୀ ସଶକ୍ତିକରଣ ର ଗୋଟିଏ ପାଖ ।
ଆଉ ଗୋଟେ ପାଖ ଯେ
ଭାରତମାତା ଛାତିରେ 
ଅମାପ ଦୁଃଖରେ ଭରା
ନାରୀ ପୁଣି କେବେ ଝୁଲେ 
ଯୌତୁକ ଫାଶୀ ଖୁଣ୍ଟରେ ପରା
କେବେ ହୁ୍ୟେ ତାର ବଳାତ୍କାର
ପୁତ୍ର ଲାଳସା ରେ ହୁଏ କନ୍ୟା ଭ୍ରୁଣ ହତ୍ୟା ପୁଣି ।
ଦେଶବାସୀ ଏଠି ସ୍ଲୋଗାନ ଦିଅନ୍ତି
କନ୍ୟା ବଞ୍ଚାଅ କନ୍ୟା ବଞ୍ଚାଅ
ନାରୀ ସଶକ୍ତ କରଣ ନାମ ଟି ମିଛ
 ନାରୀ ନିର୍ଯାଚିତ ଏଠି ବାରମାସ
ଯୁଗେ ଯୁଗେ ନାରୀ ଯେ ପୁଜସ୍ୟ
ଯୁଗେ ଯୁଗେ ଅଛି ରହି ଥିବ ୟେ ଯଶ
ଯେଉଁ ନାରୀ ଠାରୁ ସୃଷ୍ଠି ଏ ଜଗତ
ତା ଆଗେ ଆଜି ମୁଁ ନତ ମସ୍ତକ ।


ଅନୀତା ନାୟକ
କଟକ