ନାରୀ ସଶକ୍ତିକରଣ
*********************************
ଯେଉଁ ଦେଶେ ନାହିଁ ନାରୀଙ୍କୁ ସମ୍ମାନ
ସେ' ଦେଶେ ଥାଏ ପତନ,
ସେଥିପାଇଁ ପରା ନାରୀ ପାଇଁ ଲୋଡ଼ା
ସ୍ନେହ ସୁରକ୍ଷା ଆଇନ ।
ସତ୍ୟ-ଯୁଗେ ଦୁର୍ଗା ପ୍ରତି କାମନାରେ
ମହିଷାସୁର ନିଧନ,
ତ୍ରେତୟା ଯୁଗରେ ରାବଣର ମୃତ୍ୟୁ
ସୀତା-ହରଣ କାରଣ ।
ଦ୍ୱାପରେ କୌରବ ନିପାତ କାରଣ
ଦ୍ରୌପଦୀ'ଙ୍କୁ ଅସମ୍ମାନ,
ପ୍ରମାଣ ପ୍ରତୀକ ଆମ ସମାଜର
ବିଧି-ବିଧାନ ଚିନ୍ତନ ।
ନାରୀଙ୍କୁ ସମ୍ମାନ ଆଇନ କାନୁନ
ନ ହୋଇବାରୁ ଭରଣ,
ସାରା ଭାରତରେ ଉଡ଼ୁଅଛି ବାନା
ନାରୀ ସଶକ୍ତିକରଣ ।
ଆଇନ ବ୍ୟବସ୍ଥା ଏମନ୍ତ ବିଚିତ୍ର
ଗଳାବାଟ ଯଜ' ପ୍ରଚ୍ଛନ୍ନ,
ପାପୀ ଅତ୍ୟାଚାରୀ ଯାଉଛନ୍ତି ଖସି
ଆଖିରେ ଧୂଳି ଫିଙ୍ଗିଣ ।
ଶ୍ରଦ୍ଧା ଓ ସମ୍ମାନ ସାଥେ ସ୍ଵାଗତମ
ନାରୀ ସଶକ୍ତିକରଣ,
କନ୍ୟା'ଠୁ ଜନନୀ ଦେବୀ ଓ ଧରିତ୍ରୀ
ସର୍ବେ ମୋ' ହୃଦେ ପୂଜନ ।🙏
ଶମ୍ଭୁନାଥ ଦାସ (ମୁଖ୍ୟ ସମ୍ପାଦକ : ଅଭିଯାନ)
ସମ୍ଭ୍ରାନ୍ତ ଓଡ଼ିଆ ସାହିତ୍ୟ ପତ୍ରିକା / କୋଲକାତା
0 Comments