-: ନାରୀ :-
ନାରୀ ସ୍ବାଧୀନତାର ବିଫଳ
କେହି ବୁଝନ୍ତିନାହିଁ ତା ସଫଳ ।।

ନାରୀ ର ମୂଲ୍ୟ କେହି ବୁଝିନାହାନ୍ତି
ନାରୀ ହେଉଛି ଦୁନିଆର ସ୍ରଷ୍ଟା
ନାରୀ ଭଗବାନଙ୍କ ପ୍ରଥମ ସୃଷ୍ଟି
ନାରୀ ଶିଶୁର ଜନ୍ମ ମାତା ।।

ନାରୀ ହେଉଛି ଜୀବନର ଗତିପଥ
ନାରୀ ହେଉଛି ଅନ୍ଧାର ଘରର ଆଲୋକ
ନାରୀ ହେଉଛି ଶାମୁକାର ମୋତି
ନାରୀ କୋଇଲା ଭିତରୁ ହୀରା ।।

ନାରୀ ହୁଏ ସାଥି ଏଠି
ନାରୀ ହୁଏ କନ୍ୟା ଏଠି
ନାରୀ ହୁଏ ସ୍ତ୍ରୀ ଏଠି
ନାରୀ ହୁଏ ମାଆ'ଏଠି ।।

ନାରୀ ହେଇ ସହିଥାଏ କେତେ ଅଝଟ
ନାରୀ ହେଇ ସହିଥାଏ କେତେ ଦୁଃଖ କଷ୍ଟ 
ନାରୀ ଫୁଣି ଦେଉଥାଏ ଜୀବନେ ଆନନ୍ଦ
ନାରୀ ଫୁଣି ଦେଉଥାଏ ସେହ୍ନର ଆନନ୍ଦ ।।

ନାରୀ ଦେଇଥାଏ ଭଲପାଇବା
ନାରୀ ଦେଇଥାଏ ପ୍ରେମ
ନାରୀ ଦେଇଥାଏ ପରିଚୟ
ନାରୀ ଦେଇଥାଏ ପ୍ରାଣର ସଞ୍ଚାର ।।

ନାରୀ ସୁନ୍ଦର ଫୁଲର ପାଖୁଡା
ନାରୀ ସୁନ୍ଦର ଆକାଶର ତାରା
ନାରୀ ସୁନ୍ଦର ମାଟିର ମୂର୍ତ୍ତି 
ନାରୀ ସୁନ୍ଦର ଶ୍ରେଷ୍ଠ ସବୁଠି ।।

ନାରୀ ଫୁଣି ଦିଲ୍ଲୀର ବଳାତ୍କାର ଶିକାର
ନାରୀ ଫୁଣି ଅଲକ୍ଷଣୀ ସ୍ତର
ନାରୀ ଏକ ପୁନ୍ୟ ସାଗର
ନାରୀ ଏକ ମମତାର ଆକାର ।।

ନାରୀ ଆଉ କେତେ ଯେ ସହିବି
ନାରୀ ଆଉ କେତେ ଯେ ରହିବ
ନାରୀ ଆଉ କେତେ ଯେ ଡରିବ
ନାରୀ ଆଉ କେତେ ଯେ ମରିବ ।।

ନାରୀର ସେହ୍ନକୁ ବୁଝନ୍ତି ନାହିଁ ଏ ମଣିଷ
ନାରୀକୁ ଉଲଗ୍ନ କରି ଶୋଷନ୍ତି ରକ୍ତ
ନାରୀ ଲଜ୍ଜା ଢାଙ୍କିବାକୁ ନାହିଁ ଖଣ୍ଡେଏ ବସ୍ତ୍ର
ନାରୀ କୁ କାଠଗଡାକୁ  ସହ ସହ ହାତ ।।

ନାରୀ ଫୁଣି ପ୍ରବିତ୍ର ଗଙ୍ଗାର ଧାର
ନାରୀ ଫୁଣି ପ୍ରବିତ୍ର ପୁରାଣ
ନାରୀ ଫୁଣି ପ୍ରବିତ୍ର ଜନ୍ମଭୂମି
ନାରୀ ଫୁଣି ଦେବୀ ନାରାୟଣ ।।

ହେଲେ ବି ଏ ମଣିଷ ବୁଝୁନି ନାରୀର ମୂଲ୍ୟ
ସବୁବେଳେ ସବୁଠାରେ ଖାଲି ଏ ନାରୀ ହୁଏ ପ୍ରତାରିତ
ଜୀବନର ପ୍ରାରମ୍ଭରୁ ଶେଷଯାଏ ସେ
ଦେଇ ଚାଲିଥାଏ ନିଜର ବଳିଦାନ ।।

ତଥାପି ଏ ମଣିଷ ଦେଇ ଚାଲିଛି ଦୁଃଖ କଷ୍ଟ
ନୃଶଂସ ପରି କରିଚାଲିଥାଏ ତା'ର ବିଦାରିତ
ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ କଟିଯାଏ
ତା'ର ସୁଖ, ଦୁଃଖ, ସେହ୍ନ, ପ୍ରେମ,ତ୍ୟାଗ, ମମତା, ଭଲପାଇବା, ଆନ୍ତରିକତା ।।
କଣ ହେବ ଏ ଦୁନିଆରେ ଯାହାବିନା
ହେଲେ ବି ଏ ମଣିଷ ବୁଝିପାରୁନି ନାରୀର ମୂଲ୍ୟ
ତଥାପି ନାରୀ ସ୍ବାଧୀନତାର ବିଫଳ
କେହି ବୁଝନ୍ତି ନାହିଁ ତା ସଫଳ ।।
           ------୦------
         ଅଭିମନ୍ୟୁ ପ୍ରଧାନ
         ବଡ଼ଚଣା,ଯାଜପୁର